‘ଗୋଲ୍‌ଡେନ୍‌ ବାବା’ଙ୍କ ଦେହରେ ୨୦ କିଲୋ ସୁନା ଗହଣା

Advertisment
‘ଗୋଲ୍‌ଡେନ୍‌ ବାବା’ଙ୍କ ଦେହରେ ୨୦ କିଲୋ ସୁନା ଗହଣା

ନୂଆଦିଲ୍ଲୀ: ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଜଳାଭିଷେକ ଉଦ୍ଦେଶ୍ୟରେ ହରିଦ୍ୱାରରୁ ଯାତ୍ରା ଆରମ୍ଭ କରିଥିବା ‘ଗୋଲ୍‌ଡେନ୍‌ ବାବା’ ଚର୍ଚ୍ଚାରେ। ଚର୍ଚ୍ଚା ଏଇଥିପାଇଁ- ବାବା ନିଜକୁ ପ୍ରାୟ କୋଡ଼ିଏ କିଲୋଗ୍ରାମ୍‌ ଓଜନର ସୁନା ଗହଣାରେ ସଜେଇ କାଁଓଡ ଯାତ୍ରାରେ ବାହାରିଛନ୍ତି। ସେ ପିନ୍ଧିଥିବା ସମସ୍ତ ଗହଣାର ଆନୁମାନିକ ମୂଲ୍ୟ ଛଅ କୋଟି ଟଙ୍କା ହେବ। ଏହା ଛଡ଼ା, ବାବା ପିନ୍ଧିଛନ୍ତି ସତେଇଶ ଲକ୍ଷ ଟଙ୍କାର ଦାମୀ ରୋଲେକ୍ସ ହାତ ଘଣ୍ଟା। ତାଙ୍କ ସହିତ ଅନ୍ୟ ତିରିଶ କାଉଡ଼ିଆ ଭକ୍ତ ମଧ୍ୟ ସାମିଲ ହୋଇଛନ୍ତି। ସମସ୍ତଙ୍କ ଖର୍ଚ୍ଚ ସେ ବୁଝିବେ। ଏ ବର୍ଷର ଯାତ୍ରା ପାଇଁ କୋଟିଏ ପଚିଶ ଲକ୍ଷ ଟଙ୍କା ବାବା ଖର୍ଚ୍ଚ କରିବେ। ବାବାଙ୍କୁ ପୁଲିସ୍‌ ସୁରକ୍ଷା ଯୋଗାଉଛି। ବାବାଙ୍କ କାଁଓଡ ଯାତ୍ରା ନୂଆ ନୁହେଁ। ଗଲା ପଚିଶ ବର୍ଷ ଧରି ସେ କ୍ରମାଗତ ଭାବେ ଶିବଙ୍କ ଜଳାଭିଷେକ କରିଆସୁଛନ୍ତି। ତେବେ, ୨୦୧୮ ତାଙ୍କ ପାଇଁ ଅଧିକ ସ୍ମରଣୀୟ; କାରଣ ଏହା ତାଙ୍କ ଯାତ୍ରାର ରଜତ ଜୟନ୍ତୀ ବର୍ଷ। ଏବାବାଙ୍କ ମୂଳ ନାଁ ସୁଧୀର ମକ୍କର। ପ୍ରକୃତ ଘର ଠିକଣା ଅଜଣା। ଏକଦା ସେ ଦିଲ୍ଲୀରେ ଲୁଗା ବ୍ୟବସାୟ କରି ଚଳୁଥିଲେ। ଶିବ କୃପାରୁ ବ୍ୟବସାୟରେ ଉନ୍ନତି ଘଟିବାରୁ ଆଧ୍ୟାତ୍ମିକତା ପ୍ରତି ମନ ଢଳିଥିଲା ବୋଲି ବାବା କୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe