ପଦୋନ୍ନତି ପାଇଁ ମନା କରିବାରୁ ସିନିୟରଙ୍କୁ ହତ୍ୟା ଲାଗି ୨୦ ଲକ୍ଷ ସୁପାରି

ପଦୋନ୍ନତି ପାଇଁ ମନା କରିବାରୁ ସିନିୟରଙ୍କୁ ହତ୍ୟା ଲାଗି ୨୦ ଲକ୍ଷ ସୁପାରି

photo-the express tribune

ମୁମ୍ବାଇ: ପଦୋନ୍ନତି ଦେବାକୁ ମନା କରିବାରୁ ସିନିୟରଙ୍କୁ ହତ୍ୟା କରିବା ପାଇଁ ୨୦ ଲକ୍ଷ ଟଙ୍କା ସୁପାରି ଦେଇ ମୀରା-ଭୟନ୍ଦର ମ୍ୟୁନିସିପାଲ କର୍ପୋରେସନ୍‌ (ଏମ୍‌ବିଏମ୍‌ସି)ର ଦୁଇଜଣ ଜୁନିୟର ଇଞ୍ଜିନିୟର ଗିରଫ ହୋଇଛନ୍ତି। କିଛି ବର୍ଷ ହେଲା ପଦୋନ୍ନତି ଏବଂ ପ୍ଲମ ପୋଷ୍ଟିଂ ପାଇଁ ସିନିୟର ଅଫିସର ମନା କରୁଥିବାରୁ ଦୁହେଁ ନାରାଜ ଥିଲେ। ଜୁନିୟର ଇଞ୍ଜିନିୟର ଯଶବନ୍ତ ଦେଶମୁଖ ଏବଂ ଶ୍ରୀ କୃଷ୍ଣ ମୋହିତେଙ୍କ ସହ କଣ୍ଟ୍ରାକ୍ଟ କିଲର୍‌ ଅମିତ ସିହ୍ନା ଓ ସୁଟର୍‌ ଅଜୟ ସିଂହଙ୍କୁ ବୁଧବାର ଗିରଫ କରାଯାଇଛି। ପୀଡ଼ିତ ହେଉଛନ୍ତି ଏମ୍‌ବିଏମ୍‌ସିର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଦୀପକ ଖମ୍ବିତ। ଗୁଳି ତାଙ୍କ ଦେହରେ ବାଜି ନାହିଁ। ଗାଡ଼ିର କାଚରେ ବାଜି ଚୁର୍‌ମାର ହୋଇଯାଇଛି। ଦୀପକ ସାମାନ୍ୟ ଆହତ ହୋଇଥିବା ପୁଲିସ ସୂଚନା ଦେଇଛି।

ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଗଲାଣି। ସେପ୍ଟେମ୍ବର ୨୯ ତାରିଖରେ ହତ୍ୟାକାରୀମାନେ ଦୀପକଙ୍କପିଛା କରିଥିଲେ। ବୋରି‌ବଲିସ୍ଥିତ ବାସଭବନକୁ ଫେରୁଥିବାବେଳେ ସେ ଗାଡ଼ିର ପଛ ସିଟ୍‌ରେ ବସିଥିଲେ। ଗିଡ଼ର ଅତିନିକଟରୁ ସୁଟର୍‌ ଅଜୟ ସିଂହ ଦୁଇ ରାଉଣ୍ଡ ଫାୟାରିଂ କରିଥିଲା। ଗୁଳି ଦୀପକଙ୍କ ଦେହରେ ନ ବାଜି ଗାଡ଼ି କାଚରେ ବାଜିଥିଲା। ଗାଡ଼ିର ଭଙ୍ଗା କାଚ ତାଙ୍କ ବେକ ଓ ମୁହଁରେ ବାଜିବାରୁ ସେ ସାମାନ୍ୟ ଆହତ ହୋଇଥିଲେ। ପଚରାଉଚରାବେଳେ ମୋହିତେ ଓ ଦେଶମୁଖ ସବୁ ସତକଥା ମାନି ଯାଇଛନ୍ତି। ଏମ୍‌ବିଏମ୍‌ସିର ଅର୍ବାନ ଡେଭଲପମେଣ୍ଟ ଡିପାର୍ଟମେଣ୍ଟରେ ସେମାନେ ୨୦୦୦ ମସିହାରୁ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ହେଲେ ଦୀପକଙ୍କ ରିପୋର୍ଟ ପାଇଁ ସେମାନଙ୍କ ପଦୋନ୍ନତି ହେଉନାହିଁ। ତେଣୁ ସେମାନେ ଉତ୍‌କ୍ଷିପ୍ତ ହୋଇ ଦୀପକଙ୍କୁ ବାଟରୁ ହଟାଇବାପାଇଁ ରାଜୁ ବିଶ୍ବକର୍ମା ନାମକ ଜନୈକ ସୁପାରି କିଲର୍‌ଙ୍କ ସହ ଡିଲ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe