୨୦% ବୟସ୍କ ଲୋକ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି: ୬୨% ଗୋଟିଏ ଡୋଜ୍‌ ନେଇଛନ୍ତି

Advertisment

ଆଜି ମୋଦୀଙ୍କ ଜନ୍ମଦିନ, ରେକର୍ଡ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

ଆଜି ମୋଦୀଙ୍କ ଜନ୍ମଦିନ, ରେକର୍ଡ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

୨୦% ବୟସ୍କ ଲୋକ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି: ୬୨% ଗୋଟିଏ ଡୋଜ୍‌ ନେଇଛନ୍ତି

ନୂଆଦିଲ୍ଲୀ: ଦେଶରେ ୨୦ ପ୍ରତିଶତ ବୟସ୍କ ଲୋକ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି। ଅନ୍ୟପକ୍ଷେ ୬୨ ପ୍ରତିଶତ ଲୋକ ଗୋଟିଏ ଡୋଜ୍‌ ନେଇଛନ୍ତି। ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଏବଂ କରୋନା ସଂକ୍ରମଣ ବୃଦ୍ଧି ଦିଗରେ ସେ ସଚେତନ କରିଛନ୍ତି। ଆଗାମୀ ପାର୍ବଣ ଋତୁକୁ ଗୁରୁତ୍ବ ଦେଇ ଭାର୍ଗବ କହିଛନ୍ତି, ଜନସଂଖ୍ୟା ବୃଦ୍ଧି ଭାଇରାଲ୍‌ ପାଇଁ ଅନୁକୁଳ ପରିସ୍ଥିତି ସୃଷ୍ଟି କରୁଛି। ତେଣୁ ଟିକାକରଣ ଆଗକୁ ତ୍ବରାନ୍ବିତ କରିବାକୁ ପଡ଼ିବ ଏବଂ ଏଥିସହ କରୋନା ନିୟମାବଳିର ପାଳନ ଉପରେ ମଧ୍ୟ ଗୁରୁତ୍ବ ଦେବାପାଇଁ ସେ କହିଛନ୍ତି। ଦେଶରେ ୩୪ ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ୩୨ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ୍‌ ହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି।

ଆଜି ମୋଦୀଙ୍କ ଜନ୍ମଦିନ: ରେକର୍ଡ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ନୂଆଦିଲ୍ଲୀ: ସେପ୍‌ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ରେକର୍ଡ ଟିକାକରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହିଦିନ ପ୍ରାୟ ଦେଢ଼କୋଟିରୁ ଅଧିକ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବରିଷ୍ଠ ବିଜେପି ନେତାମାନେ କହିଛନ୍ତି, ମୋଦୀଙ୍କ ଜନ୍ମ ଦିନ ଅବସରରେ ଯେଉଁ ଟିକାକରଣ ହେବ ତାହା ଜାତୀୟ ଇତିହାସରେ ଏକ ରେକର୍ଡ ହେବ। ପୂର୍ବରୁ ୩ ଥର ଦେଶରେ କୋଟିଏରୁ ଅଧିକ ଟିକାକରଣ ହୋଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦେଢ଼କୋଟିରୁ ଅଧିକ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe