୨୦ ନିଲମ୍ବିତ ରାଜ୍ୟସଭା ସାଂସଦଙ୍କ ୫୦ ଘଣ୍ଟିଆ ଅନଶନ

Advertisment
୨୦ ନିଲମ୍ବିତ ରାଜ୍ୟସଭା ସାଂସଦଙ୍କ ୫୦ ଘଣ୍ଟିଆ ଅନଶନ

ନୂଆଦିଲ୍ଲୀ: ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୨୦ ବିରୋଧୀ ସାଂସଦ ଆଜି ସଂସଦ ଭବନ ପରିସରରେ ୫୦ ଘଣ୍ଟିଆ ରିଲେ ଅନଶନ ଆରମ୍ଭ କରିଛନ୍ତି। ଗୃହକାର୍ଯ୍ୟରେ ଲଗାତାର ବାଧା ସୃଷ୍ଟି କରିବାରୁ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ଗତକାଲି ୧୯ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିଲେ ଏବଂ ଆଜି ଆପ୍‌ ସାଂସଦ ସଂଜୟ ସିଂହ ନିଲମ୍ବିତ ହୋଇଛନ୍ତି। ଟିଏମ୍‌ସିର ୭, ଡିଏମ୍‌କେରୁ ୬, ଟିଆରଏସ୍‌ରୁ ୩, ସିପିଆଇଏମରୁ ୨, ସିପିଆଇ ଏବଂ ଆପ୍‌ରୁ ଜଣେ ଲେଖାଏଁ ସାଂସଦ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ସାଂସଦ ସୁସ୍ମିତା ଦେବ କହିଛନ୍ତି, ସେମାନେ ସଂସଦ ଭବନ ପରିସରରେ ହିଁ ରହିବେ ଏବଂ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ନହେବା ପର୍ଯ୍ୟନ୍ତ ସେମାନେ ସରକାରଙ୍କୁ ଶାନ୍ତିରେ ରଖାଇ ଦେବେନି। ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ସାଂସଦମାନେ ସେମାନଙ୍କ ରିଲେ ଅନଶନ ଆରମ୍ଭ କରିଛନ୍ତି ଏବଂ ସାରା ରାତି ସେମାନେ ସେଠାରେ ରହିବେ ବୋଲି ଟିଏମ୍‌ସି ସାଂସଦ ଡୋଲା ସେନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସୋମବାର ଦିନ ବିଶୃଙ୍ଖଳ ଆଚରଣ ପାଇଁ ଲୋକସଭାରୁ ୪ ସାଂସଦ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe