ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ହିନ୍ଦୁ ଯୁବତୀ, ବଳପୂର୍ବକ କରାଯାଉଛି ସେମାନଙ୍କର ଧର୍ମାନ୍ତରୀକରଣ

Advertisment

ପ୍ରତି ମାସରେ ସିନ୍ଧ୍‌ ପ୍ରଦେଶରେ ୨୦ରୁ ୨୫ ହିନ୍ଦୁ ଯୁବତୀଙ୍କୁ ମୁସଲିମ୍‌ ଧର୍ମରେ ଧର୍ମାନ୍ତରୀକରଣ କରାଯାଉଛି: ପାକିସ୍ତାନ ମାନବିକ ଅଧିକାର ସୁରକ୍ଷା କମିଶନ

ପ୍ରତି ମାସରେ ସିନ୍ଧ୍‌ ପ୍ରଦେଶରେ ୨୦ରୁ ୨୫ ହିନ୍ଦୁ ଯୁବତୀଙ୍କୁ ମୁସଲିମ୍‌ ଧର୍ମରେ ଧର୍ମାନ୍ତରୀକରଣ କରାଯାଉଛି: ପାକିସ୍ତାନ ମାନବିକ ଅଧିକାର ସୁରକ୍ଷା କମିଶନ

ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ହିନ୍ଦୁ ଯୁବତୀ, ବଳପୂର୍ବକ କରାଯାଉଛି ସେମାନଙ୍କର ଧର୍ମାନ୍ତରୀକରଣ

Terror News Network

ଇସ୍‌ଲାମାବାଦ: ପାକିସ୍ତାନର ଦକ୍ଷିଣ ସିନ୍ଧ୍‌ ପ୍ରଦେଶରେ ବସବାସ କରୁଥିବା ହିନ୍ଦୁ ମହିଳା ଓ ଯୁବତୀମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ଜାଣିବାକୁ ମିଳିଛି। ଏକଥାକୁ ସ୍ୱୀକାର କରିଛନ୍ତି ଖୋଦ୍‌ ପାକିସ୍ତାନର ମାନବିକ ଅଧିକାର ସୁରକ୍ଷା କମିସନ। ପାକିସ୍ତାନ ମାନବିକ ଅଧିକାର ସୁରକ୍ଷା କମିସନ ସ୍ୱୀକାର କରି କହିଛନ୍ତି ଯେ ପ୍ରତି ମାସରେ କେବଳ ମାତ୍ର ଦକ୍ଷିଣ ସିନ୍ଧ୍‌ ପ୍ରଦେଶରେ ବସବାସ କରୁଥିବା ହିନ୍ଦୁ ଯୁବତୀମାନଙ୍କ ମଧ୍ୟରୁ ୨୦ରୁ ୨୫ ପର୍ଯ୍ୟନ୍ତ ଯୁବତୀଙ୍କୁ ବଳ ପ୍ରୟୋଗ ପୂର୍ବକ ସେମାନଙ୍କର ଧର୍ମ ପରିବର୍ତ୍ତନ କରାଯାଇ ସେମାନଙ୍କୁ ମୁସଲିମ୍‌ ଧର୍ମରେ ଧର୍ମାନ୍ତରୀକରଣ କରାଯାଉଛି।

ହିନ୍ଦୁ ମହିଳା ଓ ଯୁବତୀ ହେଉଛନ୍ତି ଦୁଷ୍କର୍ମର ଶିକାର

publive-image Dawn

ଖାଲି ଏତିକି ନୁହେଁ, ଏହି ଅଞ୍ଚଳରେ ବସବାସ କରୁଥିବା ଯୁବତୀ ଓ ମହିଳାମାନଙ୍କ ସହ ଦୁଷ୍କର୍ମ ଘଟଣା ମଧ୍ୟ ବୃଦ୍ଧି ପାଇଛି। ଗତ ସପ୍ତାହରେ ସିନ୍ଧ୍‌ ପ୍ରଦେଶର ଉମରକୋଟ ଜିଲ୍ଲା ଅଧୀନସ୍ଥ କୁନାରୀ ଅଞ୍ଚଳରେ ରହୁଥିବା କରୁଥିିବା ଜନୈକା ହିନ୍ଦୁ ଯୁବତୀ ଦୁଷ୍କର୍ମର ଶିକାର ହେବାପରେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୁନାରୀ ତାଲୁକା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କ ପିତା ଘଟଣା ସଂପର୍କରେ ନବୀସାର ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୁଲିସ୍‌ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରିବା ତ ଦୂରର କଥା ସମଗ୍ର ଘଟଣାଟିକୁ ଚପାଇ ଦେବାକୁ ଉଦ୍ଦ୍ୟମ ଆରମ୍ଭ କରିଥିଲା। ଏବଂ ଅଭିଯୋଗ ପ୍ରତ୍ୟାହାର କରିନେବା ପାଇଁ ପୀଡ଼ିତା ଓ ତା’ ପରିବାର ବର୍ଗଙ୍କୁ ଧମକ୍‌ଚମକ୍‌ ମିଳୁଥିଲା। କାରଣ, ଦୁଷ୍କର୍ମ ଘଟାଇଥିବା ଅଭିଯୁକ୍ତ ଦୁଷ୍କର୍ମକାରୀ ଜଣଙ୍କ ସଂପୃକ୍ତ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁତ୍ର ଥିଲା।

ତେବେ, ଏସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସିନ୍ଧ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅହେମ୍ମଦ ଅଲ୍ଲୀ ଏମ୍‌ ଶେଖ୍‌ ଘଟଣା ସଂପର୍କରେ ନିଜ ତରଫରୁ (ସୋ- ମୋଟୋ) ଏକ ମାମଲା ଆଗତ କରିବା ସହ ପୀଡ଼ିତା ଓ ତା’ ପରିବାରକୁ ସମସ୍ତ ସୁରକ୍ଷା ଯୋଗାଇ ଦେବା ସହ ଅଭିଯୁକ୍ତ ଦୁଷ୍କର୍ମକାରୀ ଯୁବକକୁ ଗିରଫ କରିବା ପାଇଁ ଉମରକୋଟ୍‌ ଡିଆଇଜି ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ଏସ୍‌ପି ଉସ୍‌ମାନ୍‌ ବାଜ୍‌ଓ୍ଵାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଆଜି ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରା ଯାଇଥିବା ପାକିସ୍ତାନର ପ୍ରମୁଖ ସମ୍ବାଦପତ୍ର ‘ଡନ୍‌’ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe