ନୂଆ ‘ଷ୍ଟ୍ରେନ୍‌’ କରୋନାଭାଇରସ୍‌ଦ୍ୱାରା ୨୦ଜଣ ଇଂଲଣ୍ଡ୍‌ ଫେରନ୍ତା ଭାରତୀୟ ଆକ୍ରାନ୍ତ

ନୂଆ ‘ଷ୍ଟ୍ରେନ୍‌’ କରୋନାଭାଇରସ୍‌ଦ୍ୱାରା ୨୦ଜଣ ଇଂଲଣ୍ଡ୍‌ ଫେରନ୍ତା ଭାରତୀୟ ଆକ୍ରାନ୍ତ

ନୂଆଦିଲ୍ଲୀ: ଅଧିକ ସଂକ୍ରମଣଶୀଳ ‘ନୂଆ ଷ୍ଟ୍ରେନ୍‌ର କରୋନାଭାଇରସ୍‌’ଦ୍ୱାରା ଏପର୍ଯ୍ୟନ୍ତ ସମୁଦାୟ ୨୦ଜଣ ଇଂଲଣ୍ଡ ଫେରନ୍ତା ଭାରତୀୟ ପଜିଟିଭ୍‌ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ କି, ‘ନୂଆ ଷ୍ଟ୍ରେନ୍‌ର କରୋନାଭାଇରସ୍‌’ଦ୍ୱାରା ୬ଜଣ ଭାରତୀୟ ଆକ୍ରାନ୍ତ ହୋଇଥିବା କଥା ସୋମବାର ଦିନ ଜଣାପଡ଼ିଥିଲା। ଆକ୍ରାନ୍ତମାନଙ୍କ ମଧ୍ୟରୁ ତିନିଜଣ ବେଙ୍ଗାଲୁରୁର ‘ଏନ୍‌ଆଇଏମ୍‌ଏଚ୍‌ଏଏନ୍‌ଏସ୍‌’ରେ ଥିବା ବେଳେ ଦୁଇଜଣ ହାଇଦ୍ରାବାଦସ୍ଥିତ ‘ସେଣ୍ଟର୍‌ ଫର୍‌ ମଲିକ୍ୟୁଲାର୍‌ ବାୟୋଲୋଜି ଏବଂ ଅନ୍ୟ ଜଣେ ପୁଣେସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ରେ ଅଛନ୍ତି।

publive-image Image Courtesy of Zee News

ଭୂତାଣୁ ଗୁଣସୂତ୍ର କ୍ରମ ନିର୍ଦ୍ଧାରଣ କରିବାକୁ କୋଲକାତାର ‘ଏନ୍‌ଆଇବିଏମ୍‌ଜି’, ଭୁବନେଶ୍ୱରର ‘ଆଇଏଲ୍‌ଏସ୍‌’, ପୁଣେର ‘ଏନ୍‌ଆଇଭି’ ଓ ‘ସିସିଏସ୍‌’, ହାଇଦ୍ରାବାଦର ‘ସିସିଏମ୍‌ବି ଓ ‘ସିଡିଏଫ୍‌ଡି’ ବେଙ୍ଗାଲୁରୁର ‘ଇନ୍‌ଷ୍ଟେମ୍‌’ ଓ ‘ଏନ୍‌ଆଇଏମ୍‌ଏଚ୍‌ଏଏନ୍‌ଏସ୍‌’, ଦିଲ୍ଲୀର ‘ଆଇଜିଆଇବି’ ଆଦି ୧୦ଟି ପରୀକ୍ଷାଗାରକୁ ନେଇ ଭାରତ ସରକାର ‘ଇଣ୍ଡିଆନ୍‌ ସାର୍ସ-କୋଭ୍‌-୨ ଜିନୋମିକ୍ସ୍‍ କନସର୍ଟିୟମ୍‌’ ବା ‘ଇନ୍‌ସାକଗ୍‌’ ଗଠନ କରିଛନ୍ତି।
ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ସର୍ଭିଲେନ୍‌ସ୍‌ ବୃଦ୍ଧି, କଣ୍ଟେନ୍‌ମେଣ୍ଟ୍‌, ଟେଷ୍ଟିଙ୍ଗ୍‌ ଏବଂ ‘ଇନ୍‌ସାକଗ୍‌’ ପରୀକ୍ଷାଗାରକୁ ନମୁନା ପଠାଇବାକୁ ରାଜ୍ୟମାନଙ୍କୁ ନିୟମିତ ପରାମର୍ଶ ଦିଆଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

publive-image Image Courtesy of Hindustan Times

ବ୍ରିଟେନ୍‌ରେ ଦ୍ରୁତ ବେଗରେ ସଂକ୍ରମଣ ହେଉଥିବା ନୂଆ କରୋନାଭାଇରସ୍‌ ଷ୍ଟ୍ରେନ୍‌ ଭାରତରେ ଚିହ୍ନଟ ହେବା ପରେ ଭାରତ ସରକାର ଅତି ସତର୍କତା ଅବଲମ୍ବନ କରୁଛନ୍ତି। ଇଂଲଣ୍ଡ୍‌ ଓ ଭାରତ ମଧ୍ୟରେ ବିମାନ ସେବା ୨୦୨୧ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe