ପରିବାର ଓ ସାଙ୍ଗଠାରୁ କରଜ ଆଣି ୬୬୪କୋଟି ଲାଭ କଲେ ୨୦ବର୍ଷର ଛାତ୍ର

Advertisment
ପରିବାର ଓ ସାଙ୍ଗଠାରୁ କରଜ ଆଣି ୬୬୪କୋଟି ଲାଭ କଲେ ୨୦ବର୍ଷର ଛାତ୍ର

aajtak

ନୂଆଦିଲ୍ଲୀ: ଜଣେ ୨୦ ବର୍ଷର ଛାତ୍ର ଗୋଟିଏ ମାସ ଭିତରେ ସେୟାର ମାର୍କେଟରୁ ୬୬୪ କୋଟି ଟଙ୍କା ଲାଭ ପାଇଛନ୍ତି। ସେ ହେଉଛନ୍ତି ଆମେରିକାର କାର୍ଲିଫନିଆ ବିଶ୍ବବିଦ୍ୟାଳୟର ଜେକ୍‌ ଫ୍ରିମ୍ୟାନ। ଏତେ କମ୍‌ ବୟସରେ ଏଭଳି ସଫଳତା ପାଇବା ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଥିବାବେଳେ ସଫଳତା ପାଇବାରେ ବୟସର କୌଣସି ଭୂମିକା ନଥାଏ ବୋଲି ଜେକ୍‌ କହିଛନ୍ତି। ସେ ୨୧୫ କୋଟି ଟଙ୍କା ସେୟାର ମାର୍କେଟରେ ନିବେଶ କରି ଏତେ ଲାଭ ପାଇଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ସଫଳତା ପାଇବା ପରେ ତାଙ୍କ ପରିବାର ଲୋକଙ୍କୁ କିଏ ଅପହରଣ କରିନେବା ଭଳି ଭୟ ରହୁଥିବା ସେ ପ୍ରକାଶ କରିଛନ୍ତି । ତେବେ ଏଭଳି ସଫଳତାରେ ସେ ଯଦିଓ ଖୁସି ଅଛନ୍ତି ତଥାପି ଆଗକୁ ତାଙ୍କ ପାଠ ପଢ଼ା ଜାରି ରଖିବେ ବୋଲି କହିଛନ୍ତି।

ଜେକ୍ ବର୍ତ୍ତମାନ ଏପ୍ଲାଇଡ ମେଥମେଟିକ୍ସ ଓ ଇକୋନୋମିକ୍ସ ପଢ଼ୁଛନ୍ତି ଉକ୍ତ ବିଶ୍ବବିଦ୍ୟାଳୟରେ। ସେ ତାଙ୍କ ଚାଚାଙ୍କ ସହିତ ଆଲୋଚନା ପରେ ସେୟାର ମାର୍କେଟରେ ଇନଭେଷ୍ଟମେଣ୍ଟ କରିବାକୁ ଯୋଜନା କରିଥିଲେ। ତେବେ ଅର୍ଥାଭାବ ହେତୁ ନିଜ ସାଙ୍ଗସାଥି ଓ ପରିବାରଠାରୁ କିଛି ଟଙ୍କା ଉଧାର ଆଣିଥିଲେ। ଜୁଲାଇ ମାସରେ ବେଡ୍ ବାଥ୍ ବିୟଣ୍ଡ କମ୍ପାନିଠାରୁ ସେୟାର ପିଛା ୪୪୦ଟଙ୍କା ଲେଖାଏଁ ୫୦ଲକ୍ଷ ସେୟାର କିଣିଥିଲେ । ମୋଟ ସେୟାର ଦାମ ଥିଲା ପ୍ରାୟ ୨୧୫ କୋଟି ଟଙ୍କା। ଗୋଟିଏ ମାସ ପରେ ପ୍ରତି ସେୟାର ଦାମ ୨୧୬୦ ଟଙ୍କାରେ ପହଞ୍ଚିବା ପରେ ସେ ପାଇଥିଲେ ୮୭୯ କୋଟି ଟଙ୍କା। ସେତେବେଳେ ସେ ସେୟାର ବିକ୍ରି କରିଦେଇଥିଲେ । ଜେକ୍ ତାଙ୍କର ଏହି ସଫଳତା ପାଇଁ ତାଙ୍କ ପରିବାର ଓ ସାଙ୍ଗମାନଙ୍କର ଭୂମିକା ଅଧିକ ଥିବା କହିଛନ୍ତି । ଜେକ୍ ଲାଭ କରିଥିବା ଟଙ୍କାକୁ ନେଇ ଏଯାଏଁ କୈଣସି ଯୋଜନା କରିନାହାନ୍ତି। ବରଂ ବିଶ୍ବବିଦ୍ୟାଳୟରେ ଯେଉଁ କ୍ୟାରିୟର ଗଢ଼ିବା ନେଇ ପଢ଼ୁଛନ୍ତି ଆଗାମୀ ଦିନରେ ତାହା ଜାରି ରହିବ ବୋଲି ସେ କହିଛନ୍ତି। ତାଙ୍କର ଏତେ ଟଙ୍କା ଲାଭ କରିବା କଥା ବିଶ୍ବବିଦ୍ୟାଳୟରେ କେହି ଜାଣନ୍ତି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe