ପବଜୀ ଖେଳୁଥିବା ବେଳେ ଅଜାଣତରେ ପାଣି ଭାବି ଏସିଡ୍ ପିଇଦେବାରୁ ପ୍ରାଣ ହରାଇଲେ ଯୁବକ

ପବଜୀ ଖେଳୁଥିବା ବେଳେ ଅଜାଣତରେ ପାଣି ଭାବି ଏସିଡ୍ ପିଇଦେବାରୁ ପ୍ରାଣ ହରାଇଲେ ଯୁବକ

indiatimes.com

ଭୋପାଳ: ପୁଣି ବିବାଦରେ ମୋବାଇଲ ଗେମ୍ ଆପ୍ ପବଜୀ। ପୂର୍ବରୁ ଏହି ଗେମ୍ ନିଶାରେ ପଡ଼ି ଅନେକ ଯୁବକ ମୃତ୍ୟୁବରଣ କରିଥିବା ବେଳେ‌ ଏବେ ଭୋପାଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପବଜୀ ନିଶା ପାଇଁ ସେ ଭୁଲରେ ପାଣି ଭାବି ଏସିଡ୍ ପିଇଦେବାରୁ ତାଙ୍କା ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଯୁବକଙ୍କ ନାଁ ସୌରଭ ଯାଦବ ବୋଲି ଜଣା ପଡ଼ିଥିବା ବେଳେ ଟ୍ରେନର ଯାତ୍ରା କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ବୋଲି ସାମ୍ନାକୁ ଆସିଛି।

ସୂଚନା ମୁତାବକ, ସୌରଭ ଯାଦବ ନିଜ ବନ୍ଧୁ ସନ୍ତୋଷ ଶର୍ମାଙ୍କ ସହ ମିଶି ସ୍ବର୍ଣ୍ଣ ଜୟନ୍ତୀ ଏକ୍ସପ୍ରେସରେ ଆଗ୍ରା ବାହାରିଥଲେ। ଟ୍ରେନରେ ସମୟ ଅତିକ୍ରମ କରିବା ପାଇଁ ସୌରଭ ପବଜୀ ଗେମ୍ ଖେଳିବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କୁ ଶୋଷ ଲାଗିବାରୁ ସେ ସନ୍ତୋଷଙ୍କ ବ୍ୟାଗରେ ଥିବା ଏସିଡ୍ ବୋତଲକୁ ପାଣି ବୋତଲ ବୋଲି ଭାବି ପିଇ ଦେଇଥିଲେ। ସେ ସମୟରେ ତାଙ୍କର ପୂରା ଧ୍ୟାନ ପବଜୀ ଗେମ୍ ଉପରେ ଥିବାରୁ ସେ ବୋତଲକୁ ଭଲ ଭାବରେ ଦେଖି ପାରି ନଥିଲେ।

publive-image indiatimes.com

ପରେ ପେଟରେ ଯନ୍ତ୍ରଣା ହେବାରୁ ସେ ବୋତଲକୁ ଦେଖିଥିଲେ। ଯାହା ପରେ ତାହା ପାଣି ନୁହେଁ ବରଂ ଏସିଡ୍ ବୋତଲ ଥିଲା ବୋଲି ଜାଣିଥିଲେ। ତୁରନ୍ତୁ ତାଙ୍କର ଚିକିତ୍ସା ପାଇଁ ମେଡିକାଲ ଟିମକୁ ସଂପର୍କ କରାଯାଇଥିଲେ ମଧ୍ୟ ଆଗ୍ରା ପହଞ୍ଚିବା ବେଳକୁ ସୌରଭଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହି ଘଟଣା ପରେ ପୁଲିସ ସନ୍ତୋଷକୁ ଏସିଡ୍ ନେଇ ଯାତ୍ରା କରୁଥିବାରୁ ଅଟକ ରଖିଥିଲା। ପଚରାଉଚରା ପରେ ସେ ଜଣେ ସୁନା ଦୋକାନୀ ଓ ସୁନାକୁ ପରଖିବା ପାଇଁ ସେ ଏସିଡ୍ ନେଇ ଯାତ୍ରା କରୁଥିବା ପୁଲିସକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe