ଭାରତ-ପାକ୍‌ ପରମାଣୁ ଯୁଦ୍ଧ ହେଲେ ୨୦୦ କୋଟି ଲୋକ ମରିବେ

ଭାରତ-ପାକ୍‌ ପରମାଣୁ ଯୁଦ୍ଧ ହେଲେ ୨୦୦ କୋଟି ଲୋକ ମରିବେ

ନୂଆଦିଲ୍ଲୀ : ଯଦି ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହୁଏ, ତେବେ କ’ଣ ହେବ? କିଛି ମିନିଟ ଭିତରେ କୋଟି କୋଟି ଲୋକ ମରିଯିବେ, କିନ୍ତୁ ତା’ଠୁ ଅଧିକ ଲୋକ ଏହା ପରେ ପଡ଼ିବାକୁ ଥିବା ଅକାଳ (ଦୁର୍ଭିକ୍ଷ)ରେ ମରିବେ। ଏକ ଅଧ୍ୟୟନ ଅନୁସାରେ ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ହେଲେ ପ୍ରାୟ ୨ ଶହ କୋଟି ଲୋକଙ୍କ ମୃତ୍ୟୁ ହେବ। ପରମାଣୁ ଯୁଦ୍ଧ ହେଲେ ଉଭୟ ଭାରତ ଓ ପାକିସ୍ତାନର ଅତି କମ୍‌ରେ ୧୦୦ ପରମାଣୁ ଅସ୍ତ୍ରର ପ୍ରୟୋଗ ଅବଶ୍ୟ କରିବେ। ପ୍ରତି ପରମାଣୁ ବୋମା ବିସ୍ଫୋରଣରୁ ୧୫ କିଲୋ ଟନ ଶକ୍ତି ନିର୍ଗତ ହେବ। ଏହି ଶକ୍ତି ଦ୍ବାରା କ୍ଷଣକରେ ପ୍ରାୟ ୨ କୋଟି ୭୫ ଲକ୍ଷ ଲୋକ ମରିଯିବେ, ଯାହା ଦ୍ବିତୀୟ ବିଶ୍ବଯୁଦ୍ଧରେ ମୃତ୍ୟୁବରଣ କରିଥି‌ବା ଲୋକସଂଖ୍ୟାର ଅଧା। ଏହି ଦୁଇ ଦେଶର ଯୁଦ୍ଧରେ ପ୍ରାୟ ୫ ମେଗାଟନ ପାଉଁଶ ନିର୍ଗତ ହେବ। ପରବର୍ତ୍ତୀ ଦୁଇବର୍ଷ ପର୍ଯ୍ୟନ୍ତ ଖାଇବାକୁ ପିଇବାକୁ ନ ପାଇ ୨୫.୫ କୋଟି ଲୋକ ମରିଯିବେ। ଯେତେ ଯାହା କଲେ ବି ଦୁଇ ଦେଶ ଭିତରେ ପରମାଣୁ ଯୁଦ୍ଧ ହେଲେ ପ୍ରାୟ ୨୦୦ କୋଟି ଲୋକ ମରିବେ, କିଛି ଯୁଦ୍ଧ ସମୟରେ ଓ ଅବଶିଷ୍ଟ ଯୁଦ୍ଧ ପରେ ଦୁର୍ଭିକ୍ଷ ଯୋଗୁ। ଏହି ଅଧ୍ୟୟନ ରଟଗର୍ସ ୟୁନିଭର୍ସିଟିର ପ୍ରଫେସର ଏଲନ ରୋବୋକଙ୍କ ଦ୍ବାରା କରାଯାଇଛି।

publive-image punjabi.abplive.com

ସାରା ପୃଥିବୀରେ ବର୍ତ୍ତମାନ ଚିନ୍ତା ବଢ଼ିଯାଇଛି। ରୁଷ୍-ୟୁକ୍ରେନ୍ ଭିତରେ ଯୁଦ୍ଧ ଚାଲିଛି, ଚୀନ୍-ତାଇୱାନ ଭିତରେ ଗମ୍ଭୀର ସଂଘର୍ଷମୂଳକ ପରିସ୍ଥିତି ସୃଷ୍ଟି ହୋଇଛି, ଏଭଳି ସ୍ଥିତିରେ ଯଦି ପୂରା ଶକ୍ତିର ସହ ପରମାଣୁ ଯୁଦ୍ଧ ଲାଗିଯାଏ, ତେବେ କିଛି ମିନିଟ ଭିତରେ କୋଟି କୋଟି ଲୋକ ମରିଯିବେ। ତା’ପରେ ବି ଯଦି କିଛି ଲୋକ ବଞ୍ଚିଯାଆନ୍ତି ତେବେ ସେମାନେ ଆଉ କିଛି ଦିନ ପରେ ଦୁର୍ଭିକ୍ଷ ଯୋଗୁ ମରିଯିବେ। କାରଣ କୌଣସି ଖାଦ୍ୟ ବଳକା ରହିବନି, ପିଇବା ଯୋଗ୍ୟ ପାଣି ବି ମିଳିବନି, କ୍ଷେତରୁ ଫସଲ, ଗୋଦାମରୁ ଖାଦ୍ୟାନ୍ନ, ଗଛବୃଚ୍ଛ ସବୁକିଛି ଖତମ ହୋଇଯିବ। ପାନୀୟ ଜଳର ସବୁ ଉତ୍ସ ରେଡିଏସନ (ବିକିରଣ)ରେ ଭରିଯିବ, ଯାହାକୁ ପିଇଲେ କ୍ୟାନସର ପରି ଭୟାନକ ବେମାରି ହୋଇପାରେ। ଏ ସମ୍ପର୍କିତ ଅଧ୍ୟୟନର ରିପୋର୍ଟ ନେଚର ପତ୍ରିକାର ସଦ୍ୟତମ ସଂସ୍କରଣରେ ପ୍ରକାଶ ପାଇଛି। ଯଦି ଭାରତ ଓ ପାକିସ୍ତାନ ବିଷୟରେ ଆମେ ଚିନ୍ତା କରିବା ତେବେ ଦୁଇ ଦେଶ ପରମାଣୁ ଶକ୍ତିସମ୍ପନ୍ନ। ଏହି ଦୁଇ ଦେଶ ଭିତରେ ଯଦି ଯୁଦ୍ଧ ହୁଏ, ତେବେ ଏହା ଦୁଇ ଦେଶ ଭିତରେ ସୀମିତ ହୋଇ ରହିବ ନାହିଁ। କିଛି ଦେଶ ପାକିସ୍ତାନକୁ ଓ ଅବଶିଷ୍ଟ ଭାରତକୁ ସମର୍ଥନ କରିବେ ଏବଂ ଏହା ମହାଯୁଦ୍ଧରେ ପରିଣତ ହୋଇଯିବ।

publive-image meme-arsenal.com

ପରିଣତି ଭୟାନକ ହେବ। ସ୍ଥିତି ଏପରି ହେବ, ଯେଉଁ ଦେଶରେ ପରମାଣୁ ଯୁଦ୍ଧ ହୋଇ ବି ନାହିଁ, ସେ ଦେଶର ଲୋକ ବି ସୁରକ୍ଷିତ ରହିବେ ନାହିଁ। ସେ ଦେଶର ପରିବେଶ ବି ସୁରକ୍ଷିତ ରହିବ ନାହିଁ। ଏହା ଭୟଙ୍କର ସ୍ବପ୍ନ ନୁହେଁ, ଏକ ଆକଳନ। ଆମେରିକା ଓ ରୁଷ୍ ପ୍ରଭୃତି ଦେଶ ଏତେ ଅଧିକ ସଂଖ୍ୟାରେ ପରମାଣୁ ବୋମା ତିଆରି କରି ରଖିଛନ୍ତି ଯେ କଳ୍ପନା କରିହେବ ନାହିଁ। ଏ ଦୁଇଦେଶ ନିୟନ୍ତ୍ରଣ ବଜାୟ ରଖିଛନ୍ତି। କିନ୍ତୁ ଯଦି କୌଣସି ଦେଶ ଆକ୍ରମଣ ଆରମ୍ଭ କରିଦିଏ ତେବେ ପରିସ୍ଥିତି ଭୟଙ୍କର ହେବ। ମାନବ ସଭ୍ୟତାର ଅନ୍ତ ଆରମ୍ଭ ହୋଇଯିବ। ପୃଥିବୀରୁ ମଣିଷ ଜାତି ଲୋପ ପାଇଯିବ।

ପରମାଣୁ ଯୁଦ୍ଧ ପରେ ପୃଥିବୀରେ ପରମାଣୁ ଶୀତ (ନ୍ୟୁକ୍ଳିୟର ୱିଣ୍ଟର) ଛାଇଯିବ। ୪୦ ବର୍ଷ ଯାଏ ଏହି ଅବସ୍ଥା ରହିବ। କାରଣ ବିସ୍ଫୋରଣରୁ ଉତ୍ପନ୍ନ ଧୂଳି, ଧୂଆଁ, ପାଉଁଶ ଆଦି ଉପର ବାୟୁମଣ୍ଡଳକୁ ଯାଇ ପୃଥିବୀକୁ ଅନ୍ଧାର କରି ରଖିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe