ବାତ୍ୟା ‘ଡାନିଏଲ୍‌’ ଯୋଗୁଁ ଲିବ୍ୟାରେ ବର୍ଷା ଓ ବନ୍ୟା; ସମୁଦ୍ରକୁ ଭାସି ଯାଇ ୨୦୦୦ ମୃତ, ଅସଂଖ୍ୟ ନିଖୋଜ

Advertisment
ବାତ୍ୟା ‘ଡାନିଏଲ୍‌’ ଯୋଗୁଁ ଲିବ୍ୟାରେ ବର୍ଷା ଓ ବନ୍ୟା; ସମୁଦ୍ରକୁ ଭାସି ଯାଇ ୨୦୦୦ ମୃତ, ଅସଂଖ୍ୟ ନିଖୋଜ

Image Courtesy of The Guardian

ବେଙ୍ଘାଜି: ଭୀଷଣ ବାତ୍ୟା ଓ ବର୍ଷା ଯୋଗୁଁ ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ଅନ୍ୟୂନ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅସଂଖ୍ୟ ଲୋକ ନିଖୋଜ ହୋଇ ଯାଇଥିବା କଥା ପୂର୍ବାଞ୍ଚଳ ଲିବ୍ୟାର ସରକାରୀ କର୍ତ୍ତୃପକ୍ଷମାନେ ସୋମବାର ଦିନ କହିଛନ୍ତି।

ଲିବ୍ୟାର ପୂର୍ବ ପ୍ରାନ୍ତକୁ ନିୟନ୍ତ୍ରଣ କରୁଥିବା ‘ଲିବ୍ୟାନ୍‌ ନ୍ୟାସ୍‌ନାଲ୍‌ ଆର୍ମି’ର (ଏଲ୍‌ଏନ୍‌ଏ) ମୁଖପାତ୍ର ଅହମଦ୍‌ ମିସ୍‌ମାରି ଟେଲିଭିଜନ୍‌ରେ ପ୍ରସାରିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଦୁର୍ବିପାକ ଆସି ଆଖପାଖ ସବୁ ଅଞ୍ଚଳକୁ ବୁଡ଼ାଇ ଦେବା ସହିତ ଲୋକମାନଙ୍କୁ ସମୁଦ୍ର ଭିତରକୁ ଭସାଇ ନେଲା।

publive-image Image Courtesy of India Today

ନିଖୋଜ ବ୍ୟକ୍ତିମାନଙ୍କ ସଂଖ୍ୟା ୫/୬ ହଜାର ହେବ ବୋଲି ସେ ଆକଳନ କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ଅପରାହ୍ଣରେ ଭୂମଧ୍ୟସାଗର ଉପର ଦେଇ ବାତ୍ୟା ‘ଡାନିଏଲ୍‌’ ପ୍ରବାହିତ ହୋଇଥିଲା। ଫଳରେ ଡେର୍ନା ନଗରୀରେ ରାସ୍ତାଘାଟ ଭସାଇ ନେବା ସହିତ କୋଠାବାଡ଼ି ନଷ୍ଟ କରି ଦେଇଥିଲା।

ଡେର୍ନା ନଗରୀର ଜଣେ ବାସିନ୍ଦା କହିଛନ୍ତି, ତହିଁ ଆର ଦିନ ସକାଳେ ଘରୁ ବାହରିଲା ବେଳକୁ ସହରରେ ରାସ୍ତା ବୋଲି କିଛି ନ ଥିଲା।

ସୂଚନାଯୋଗ୍ୟ, ସୋମବାର ସକାଳେ ସେ ଅଞ୍ଚଳରେ ଥିବା ‘ରେଡ୍‌ କ୍ରିସେଣ୍ଟ୍‌’ ସହାୟତାର (ମୁସ୍‌ଲମାନ୍‌ଙ୍କ ଦେଶରେ ‘ରେଡ୍‌କ୍ରସ୍‌’ର ନାଁ) ମୁଖ୍ୟ କହିଥିଲେ ଯେ, ଡେର୍ନାରେ ୧୫୦ଜଣଙ୍କର ମୃତ୍ୟୁ ଘଟିଛି, କିନ୍ତୁ, ମୃତ୍ୟୁସଂଖ୍ୟା ୨୫୦କୁ ବୃଦ୍ଧି ପାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe