୨୦୦୦ ଲାଲ୍‌କିଲା ଆକ୍ରମଣ ମାମଲା: ଲସ୍କର ଆତଙ୍କବାଦୀର ମୃତ୍ୟୁଦଣ୍ଡ କାଏମ ରଖିଲେ ସୁପ୍ରିମକୋର୍ଟ

Advertisment
୨୦୦୦ ଲାଲ୍‌କିଲା ଆକ୍ରମଣ ମାମଲା: ଲସ୍କର ଆତଙ୍କବାଦୀର ମୃତ୍ୟୁଦଣ୍ଡ କାଏମ ରଖିଲେ ସୁପ୍ରିମକୋର୍ଟ

Hari Bhoomi

ନୂଆଦିଲ୍ଲୀ: ୨୦୦୦ ମସିହାର ଲାଲ୍‌କିଲା ଆକ୍ରମଣ ମାମଲାରେ ଏଲ୍‌ଇଟି (ଲସ୍କର ଏ ତୋଏବା) ଆତଙ୍କବାଦୀ ମହମ୍ମଦ ଆରିଫ୍‌ ଓରଫ ଅସ୍‌ଫାକକୁ ମୃତ୍ୟୁଦଣ୍ଡାଦେଶ ହୋଇଥିଲା। ତେବେ ଆରିଫ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲା। ସୁପ୍ରିମକୋର୍ଟ ଆଜି ଆରିଫ୍‌ର ରିଭ୍ୟୁ ପିଟିସନ ଖାରଜ କରିବା ସହ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଛନ୍ତି।

ପ୍ରଧାନ ବିଚାରପତି ୟୁ ୟୁ ଲଳିତ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ କହିଛନ୍ତି, ମାମଲାର ଇଲେକ୍‌ଟ୍ରୋନିକ ରେକର୍ଡ ସଂକ୍ରାନ୍ତ ଯେଉଁ ଅନୁରୋଧ କରାଯାଇଛି ତାକୁ ଆମେ ବିଚାରକୁ ନେଉଛୁ। କିନ୍ତୁ ଆରିଫର ପୂର୍ବ ଦଣ୍ଡାଦେଶକୁ ଆମେ କାଏମ ରଖୁଛୁ। କୋର୍ଟ ଆରିଫ ଦ୍ବାରା ହୋଇଥିବା ରିଭ୍ୟୁ ପିଟିସନ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୨, ୨୦୦୦ରେ ଲାଲ୍‌ କିଲା ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୨ ଯବାନଙ୍କ ସହ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦୋଷୀ ଆରିଫକୁ ୨୦୦୫ରେ ସେସନ୍ସ କୋର୍ଟ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe