ତାମିଲନାଡ଼ୁରେ ୯ ମାସରେ ୨୦,୦୦୦ ନାବାଳିକା ଗର୍ଭବତୀ

Advertisment
ତାମିଲନାଡ଼ୁରେ ୯ ମାସରେ ୨୦,୦୦୦ ନାବାଳିକା ଗର୍ଭବତୀ

Hindustan

ଚେନ୍ନାଇ: ତାମିଲନାଡ଼ୁରେ ମାତ୍ରାଧିକ ନାବାଳିକା ଗର୍ଭବତୀ। ଗତ ୯ ମାସ ମଧ୍ୟରେ ରାଜ୍ୟରେ ୨୦,୦୦୦ ନାବାଳିକା ଗର୍ଭବତୀ ଥିବା ଜଣାପଡ଼ିଛି। ରାଜ୍ୟରେ ବାଲ୍ୟ ବିବାହ ପ୍ରଥାକୁ ପ୍ରୋତ୍ସାହନ ଦିଆଯାଉଥିବା ଏଥିରୁ ସ୍ପଷ୍ଟ ହେଉଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି ଯେ ରାଜ୍ୟରେ ଏପ୍ରିଲରୁ ଡିସେମ୍ବର ୧୨ ମଧ୍ୟରେ ୨୦,୦୦୦ ନାବାଳିକା ଗର୍ଭବତୀ ଅଛନ୍ତି। ପିଆଇସିଏମ୍‌ଇ (ଗର୍ଭଧାରଣ ଏବଂ ଶିଶୁ ସମୂହ ଯାଞ୍ଚ ଏବଂ ମୂଲ୍ୟାଙ୍କନ) ତାଲିକାରୁ ଏହି ତଥ୍ୟ ହାସଲ ହୋଇଛି। ଗର୍ଭଧାରଣ କରିଥିବା ଅଧିକାଂଶ ନାବାଳିକାଙ୍କ ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିବାହିତା। କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ବି‌ଷୟ ହେଉଛି ଗର୍ଭଧାରଣ କରିଥିବା ନେଇ ଜାଣିବା ପରେ ମଧ୍ୟ ଅଧିକାଂଶ ଗର୍ଭପାତ କରିବାକୁ ରାଜି ନାହାନ୍ତି। ଅନ୍ୟପକ୍ଷେ ଏହି କାରଣ ପାଇଁ ସ୍ବାସ୍ଥ୍ୟ ସଙ୍କଟ ବୃଦ୍ଧି ପାଉଛି। ଶିକ୍ଷାଗତ ଯୋଗ୍ୟତା ନଥିବା ଯୋଗୁଁ ଅଧିକାଂଶ ନାବାଳିକା ନିଜ ଅଧିକାର ମଧ୍ୟ ଜାଣି ପାରୁନାହାନ୍ତି। ଗର୍ଭ ନିରୋଧକ ବଟିକା ସମ୍ପର୍କରେ ମଧ୍ୟ ସେମାନେ ସଚେତନ ନାହାନ୍ତି।

publive-image

ଏଭଳି ପରିସ୍ଥିତିରେ ଦେଶରେ ପିଲାମାନଙ୍କୁ ସେମାନଙ୍କ ଯୌନ ସ୍ବାସ୍ଥ୍ୟ ଏବଂ ଅଧିକାର ସମ୍ପର୍କରେ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ‘ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ପପୁଲେସନ୍‌ ଷ୍ଟଡିଜ୍‌’ ଦ୍ବାରା ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ଏହାଦ୍ବାରା ନାବାଳିକାଙ୍କ ସ୍ବାସ୍ଥ୍ୟ ସମସ୍ୟ‌ା ବୃଦ୍ଧି ପାଉଛି ଏବଂ ସେମାନେ ଅକାରଣରେ ନାନାଦି ରୋଗବ୍ୟାଧିର ଶିକାର ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe