୨୦୦୨ ଗୁଜରାଟ ଦଙ୍ଗ‌ା, ମୋଦୀଙ୍କୁ ନାନାବତୀ କମିସନ୍‌ଙ୍କ କ୍ଲିନଚିଟ୍‌

୨୦୦୨ ଗୁଜରାଟ ଦଙ୍ଗ‌ା, ମୋଦୀଙ୍କୁ ନାନାବତୀ କମିସନ୍‌ଙ୍କ କ୍ଲିନଚିଟ୍‌

The New York Times

ନୂଆଦିଲ୍ଲୀ: ୨୦୦୨ ଫେବ୍ରୁଆରିରେ ସାବରମତୀ ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ପୋଡ଼ି ଘଟଣା ପରେ ଗୁଜରାଟରେ ଦେଖାଦେଇଥିବା ସାମ୍ପ୍ରଦାୟିକ ଦଙ୍ଗା ଯୋଜନାବଦ୍ଧ ଷଡ଼ଯନ୍ତ୍ର ନଥିଲା। ଏଥିରେ ରାଜ୍ୟର କୌଣସି ମନ୍ତ୍ରୀଙ୍କ ଷଡ଼ଯନ୍ତ୍ର କିମ୍ପା ପ୍ରୋତ୍ସାହନ ନଥିଲା ବୋଲି ଜଷ୍ଟିସ୍‌ ଜିଟି ନାନାବତୀ କମିସନ୍‌ଙ୍କ ତଦନ୍ତ ରି‌ପୋର୍ଟରେ କୁହାଯାଇଛି। ଗୁଜରାଟ ବିଧାନସଭାରେ ଆଜି ନାନାବତୀ କମିସନ୍‌ ରିପୋର୍ଟ ଉପସ୍ଥାପନ ହୋଇଥିବା ବେଳେ ଏହା ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟମାନଙ୍କୁ କ୍ଲିନଚିଟ୍‌ ପ୍ରଦାନ କରିଛି। କମିସନ୍‌ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଗୋଧ୍ରା ପରବର୍ତ୍ତୀ ଦଙ୍ଗାରେ ରାଜ୍ୟର କୌଣସି ରାଜନେତା ଏବଂ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ନଥିଲା। କମିସନ୍‌ ମଧ୍ୟ ସ୍ବର୍ଗତ ହାରେନ୍‌ ପାଣ୍ଡ୍ୟା, ଅଶୋକ ଭଟ୍ଟ ଏବଂ ପୂର୍ବତନ ମନ୍ତ୍ରୀ ଭରତ ବାରୋଟ୍‌ଙ୍କୁ କ୍ଲିନଚିଟ୍‌ ପ୍ରଦାନ କରିଛି। ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ସମୟରେ ଗୋଧ୍ରା ଯାଇ ଏସ୍‌୬ ବଗିର ଯାଞ୍ଚ କରିଥିଲେ ଏବଂ ପ୍ରମ‌ାଣ ନଷ୍ଟ କରିଥିଲେ ବୋଲି ଯେଉଁ ଅଭିଯୋଗ ହୋଇଥିଲା ତାହା ଭିତ୍ତିହୀନ ବୋଲି କମିସନ କହିଛନ୍ତି। ମୋଦୀ କାହାକୁ କିଛି ସୂଚନା ନଦେଇ ଗୋଧ୍ରା ଯାଇଥିବା ଅଭିଯୋଗକୁ ମଧ୍ୟ କମିସନ୍‌ ପ୍ରତ୍ୟାଖ୍ୟାନ କରିଛି। ରିପୋର୍ଟରେ କୁହାଯାଇଛି‌ ଯେ ୩ ଆଇପିଏସ୍‌ ଅଫିସର ଆର ବି ଶ୍ରୀ କୁମାର, ସଂଜୀବ ଭଟ୍ଟ, ରାହୁଲ ଶର୍ମାଙ୍କ ଭୂମିକା ନକାରାତ୍ମକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe