୨୦୦୨ ଗୁଜରାଟ ଦଙ୍ଗା:ମୋଦୀଙ୍କ କ୍ଲିନ୍‌ ଚିଟ୍‌କୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ

Advertisment

ଜୁଲାଇରେ ଶୁଣାଣି

ଜୁଲାଇରେ ଶୁଣାଣି

ଦିଲ୍ଲୀ ସରକାର ଓ ଉପ-ରାଜ୍ୟପାଳ ବିବାଦ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ରାୟ : ରାଜ୍ୟପାଳଙ୍କୁ ଜମି, ପୁଲିସ ଓ ଆଇନଶୃଂଖଳା ଓ ଦିଲ୍ଲୀ ସରକାରଙ୍କୁ କାର୍ଯ୍ୟପାଳିକା କ୍ଷମତା

ନୂଆଦିଲ୍ଲୀ : ୨୦୦୨ ‌ଗୋଧ୍ରା ଦଙ୍ଗା ମାମଲାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନ୍‌ ଚିଟ୍‌କୁ ବିରୋଧ କରି ଆବେଦନକାରୀ ଜାକିଆ ଜାଫ୍ରିଙ୍କ ଦ୍ବାରା ସୁପ୍ରିମକୋର୍ଟ‌ରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ଜୁଲାଇରେ ହେବ। ସୁପ୍ରିମକୋର୍ଟରେ ବିଚାରପତି ଏ ଏମ୍‌ ଖାନ୍‌ୱିଲକରଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି ଆସନ୍ତା ଜୁଲାଇରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି। ଦଙ୍ଗା ସମୟରେ ଅହମ୍ମଦାବାଦ୍‌ର ଗୁଲ୍‌ବର୍ଗ ସୋସାଇଟିରେ ହତ୍ୟାର ଶିକାର ହୋଇଥିବା ୬୮ ଜଣଙ୍କ ମଧ୍ୟରେ ଜାକିଆ ଜାଫ୍ରିଙ୍କ ସ୍ବାମୀ ତଥା ପୂର୍ବତନ ସାଂସଦ ଏହସାନ୍‌ ଜାଫ୍ରି ଥିଲେ। ତେବେ ଏହି ମାମଲାର ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍‌ଆଇଟି ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ମାମଲାରେ କ୍ଲିନ୍‌ଚିଟ୍‌ ଦେବାପରେ ଏହ‌ସାନ୍‌ ଜାଫ୍ରିଙ୍କ ପତ୍ନୀ ଜାକିଆ ଏନେଇ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଗୁଜରାଟ ହାଇକୋର୍ଟ ଜାକିଆ ଜାଫ୍ରିଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରିଦେବାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe