୨୦୦୪-୧୪ ଥିଲା ଘୋଟାଲା ଦଶନ୍ଧି : ବିରୋଧୀଙ୍କୁ ମୋଦୀଙ୍କ ଜବାବ

୨୦୦୪-୧୪ ଥିଲା ଘୋଟାଲା ଦଶନ୍ଧି : ବିରୋଧୀଙ୍କୁ ମୋଦୀଙ୍କ ଜବାବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଦିନ ବିରୋଧୀ ଦଳଙ୍କ ଅଭିଯୋଗର କଡ଼ା ଜବାବ ରଖିଛନ୍ତି । ରାଷ୍ଟ୍ରପତିଙ୍କ ବଜେଟ୍ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ସେ କହିଥିଲେ ଯେ ୨୦୦୪ରୁ ୨୦୧୪ ମଧ୍ୟରେ ଦେଶରେ ଏତେ ଘୋଟାଲା ବା ସ୍କାମ ହେଉଥିଲା ଯେ ତାହାକୁ ଘୋଟାଲା ଦଶନ୍ଧି ବୋଲି କୁହାଯାଇପାରେ । କିନ୍ତୁ ବର୍ତ୍ତମାନର ଦଶନ୍ଧିକୁ ଭାରତର ଦଶନ୍ଧି ବୋଲି କୁହାଯିବ ।

ମୋଦୀ କହିଥିଲେ ଯେ, ସେ ଗଠନମୂଳକ ସମାଲୋଚନାକୁ ଭଲ ପାଆନ୍ତି । ଗଣତନ୍ତ୍ରରେ ଏହା ଭଲ । କିନ୍ତୁ ମୁଁ ଭଲ ସମାଲୋଚନାକୁ ଅପେକ୍ଷା କରିଥିବାବେଳେ କେବଳ ଅଭିଯୋଗ ହିଁ କରାଯାଉଛି ।

ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ  କହିଛନ୍ତି ଯେ ଗତକାଲି କିଛି ଲୋକ ଖୁସିରେ ଡେଇଁ ପଡ଼ିଥିଲେ। ସେ କହିଛନ୍ତି ଯେ ଗତକାଲି କିଛି ଲୋକ କହୁଥିଲେ ଏବଂ ସମଗ୍ର ଇକୋସିଷ୍ଟମ୍ ଡେଇଁ ପଡୁଥିଲା । ଗତକାଲି ତାଙ୍କର ନିଦ ଭଲ ହୋଇଥିବ ଏବଂ ଆଜି ସେ ବୋଧହୁଏ ଉଠି ପାରିନଥିବେ। ପିଏମ ମୋଦୀ କହିଛନ୍ତି ଯେ କିଛି ଲୋକ ଏପରି ମଧ୍ୟ କହୁଛନ୍ତି ଯେ ଏହା ଘଟିନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କିଛି ଲୋକ ଦେଶର ପ୍ରଗତିକୁ ଗ୍ରହଣ କରିପାରୁନାହାନ୍ତି। ସେମାନେ ଭାରତର ଅଗ୍ରଗତି ଦେଖୁନାହାନ୍ତି। ୧୪୦ କୋଟି ଲୋକଙ୍କ ପ୍ରୟାସ ଓ ଶକ୍ତିର ଫଳ ସେମାନେ ଦେଖୁନାହାନ୍ତି। ଆଜି ବିଶ୍ୱ ଭାରତର ସମୃଦ୍ଧିରେ ନିଜର ସମୃଦ୍ଧି ଦେଖୁଛି । କିନ୍ତୁ ଏହା ପରେ ବି କିଛି ଲୋକ ନିରାଶାରେ ବୁଡ଼ି ରହିଛନ୍ତି।

ମୋଦୀ କହିଛନ୍ତି ଯେ, ଅତୀତରେ ଅନେକ ଥର ରାଷ୍ଟ୍ରପତିଦେଇଥିବା ଭାଷଣ ପାଇଁ ଧନ୍ୟବାଦ ଜଣାଇବାର ସୁଯୋଗ ପାଇଥିବାରୁ ସେ ଭାଗ୍ୟବାନ। କିନ୍ତୁ ଏଥର ମୁଁ ମଧ୍ୟ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରୁଛନ୍ତି। ତାଙ୍କ ଉପସ୍ଥିତି ଆଦିବାସୀ ସମାଜର ଗୌରବ ବୃଦ୍ଧି କରିଛି।

କିନ୍ତୁ ଯେତେବେଳେ ରାଷ୍ଟ୍ରପତିଙ୍କ ଭାଷଣ ହେଉଥିଲା ସେତେବେଳେ କିଛି ଲୋକ  ବର୍ଜନ କରିଥିଲେ ଏବଂ ଜଣେ ବଡ଼ ନେତା ମଧ୍ୟ ରାଷ୍ଟ୍ରପତିଙ୍କୁ ଅପମାନିତ ମଧ୍ୟ କରିଥିଲେ । ଆଦିବାସୀ ସମ୍ପ୍ରଦାୟ ପ୍ରତି ଘୃଣା ଓ ସେମାନଙ୍କ ପ୍ରତି ସେମାନଙ୍କର ଚିନ୍ତାଧାରା କ'ଣ ତାହା ମଧ୍ୟ ଦେଖିବାକୁ ମିଳିଛି। ଟିଭିରେ ଏଭଳି କଥା କହିବା ପରେ ଭିତରେ ଘୃଣାଭାବ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe