୨୦୦୮ ଅହମଦାବାଦ ସିରିଜ୍‌ ବୋମା ବିସ୍ଫୋରଣ ମାମଲା: ୪୯ ଦୋଷୀସାବ୍ୟସ୍ତ, ୨୮ ଦୋଷମୁକ୍ତ

Advertisment
୨୦୦୮ ଅହମଦାବାଦ ସିରିଜ୍‌ ବୋମା ବିସ୍ଫୋରଣ ମାମଲା: ୪୯ ଦୋଷୀସାବ୍ୟସ୍ତ, ୨୮ ଦୋଷମୁକ୍ତ

OpIndia

ଗାନ୍ଧିନଗର : ୨୦୦୮ ମସିହାର ଅହମଦାବାଦ ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ଗୁଜରାଟର ଏକ ସ୍ବତନ୍ତ୍ର କୋର୍ଟ ଆଜି ୭୭ ଅଭିଯୁକ୍ତଙ୍କ ମଧ୍ୟରୁ ୪୯ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ମାମଲାରେ ୨୮ ଜଣ ଦୋଷମୁକ୍ତ ହୋଇଛନ୍ତି। ଗତବର୍ଷ ସେପ୍ଟେମ୍ବରରୁ ୭୭ ଅଭିଯୁକ୍ତଙ୍କ ବିରୋଧରେ ବିଚାରଣ ଶେଷ ହୋଇଛି। ଉଲ୍ଲେଖ‌ଯୋଗ୍ୟ, ୨୦୦୮ରେ ଅହମଦାବାଦରେ ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ୧୩ ବର୍ଷ ପରେ ଏହି ମାମଲାର ରାୟ ଆସିଛି। ମାମଲାରେ ୪୯ ଜଣ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କୁ ଦଣ୍ଡବିଧାନ ପାଇଁ ଆଗାମୀ ବୁଧବାରଠାରୁ ଶୁଣାଣି ଆରମ୍ଭ ହେବ। ୪୯ ଅଭିଯୁକ୍ତ ୟୁଏପିଏ ଅଧୀନ‌ରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ମାମଲାରେ ୫୪୬ ଚାର୍ଜସିଟ୍‌ ଦାଖଲ ହୋଇଛି ଏବଂ ବିଚାରଣ ସମୟରେ ୧୧୬୩ ସାକ୍ଷୀଙ୍କ ମତାମତ ନିଆଯାଇଛି। ସମସ୍ତ ଅଭିଯୁକ୍ତ ଆଜି ବିଭିନ୍ନ ଜେଲ୍‌ରୁ ଭିଡିଓ କନଫରେନ୍ସିଂ ଦ୍ବାରା କୋର୍ଟ ବିଚାରଣ‌ରେ ସାମିଲ ଥିଲେ। ଦଣ୍ଡାଦେଶ ହେବାଦିନ ମଧ୍ୟ ସେମା‌ନେ ଭର୍ଚୁଆଲ ଭାବେ କୋର୍ଟରେ ଉପସ୍ଥିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe