୨୦୦୮ ଗୁଜୁରାଟ ବିସ୍ଫୋରଣର ମାଷ୍ଟର୍‌ମାଇଣ୍ଡ୍‌ ଇଣ୍ଡିଆନ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ

Advertisment
୨୦୦୮ ଗୁଜୁରାଟ ବିସ୍ଫୋରଣର ମାଷ୍ଟର୍‌ମାଇଣ୍ଡ୍‌ ଇଣ୍ଡିଆନ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ

Image Courtesy of Deccan Chronicle

ନୂଆଦିଲ୍ଲୀ: ୨୦୦୮ ଗୁଜୁରାଟ ସିରିଏଲ୍‌ ବିସ୍ଫୋରଣ ସହ ସମ୍ପୃକ୍ତ ଜଣେ ଆତଙ୍କବାଦୀକୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଗିରଫ କରିଛି।
ପୁଲିସ ସହ ଅଳ୍ପ ସମୟ ଗୁଳି ବିନିମୟ କରିବା ପରେ ଇଣ୍ଡିଆନ୍‌ ମୁଜାହିଦିନର ଆତଙ୍କବାଦୀ ଅବ୍ଦୁଲ୍‌ ସୁଭାନ କୁରେଶିକୁ ଗିରଫ ଧରାପଡ଼ିଛି।
କାସିମ ନାମରେ ଜଣାଶୁଣା ଅବ୍ଦୁଲ୍‌ ସୁଭାନ କୁରେଶିକୁ ଧରିବାକୁ ଗତ କିଛି ବର୍ଷ ହେବ ପାନ୍‌ ଇଣ୍ଡିଆ ଲୁକ୍‌ ଆଉଟ୍‌ ଜାରି ହୋଇଥିଲା।

ନିଷିଦ୍ଧ ଷ୍ଟୁଡେଣ୍ଟସ୍‌ ଇସ୍‌ଲାମିକ୍‌ ମୋଭ୍‌ମେଣ୍ଟ୍‌ ଅଫ୍‌ ଇଣ୍ଡିଆ ବା ସିମି ସହ ଓତପ୍ରୋତ ଭାବେ ଜଡ଼ିତ ଥିବା କୁରେଶି ଗୁଜୁରାଟ ସିରିଏଲ୍‌ ବିସ୍ଫୋରଣର ମାଷ୍ଟର୍‌ମାଇଣ୍ଡ୍‌ ବୋଲି ପୁଲିସ କହୁଛି। ସେଥିରେ ୫୬ ଜଣ ଲୋକ ନିହତ ହେବା ସହ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe