ଚେତାବନୀ ପରେ ଏନ୍‌ଆଇଏ ଅଦାଲତରେ ହାଜର ହେଲେ ସାଧ୍ୱୀ ପ୍ରଜ୍ଞା, ମାଲେଗାଓଁ ବିସ୍ଫୋରଣ ବିଷୟରେ କିଛି ଜାଣି ନାହିଁ ବୋଲି ଦେଲେ ବୟାନ

Advertisment
ଚେତାବନୀ ପରେ ଏନ୍‌ଆଇଏ ଅଦାଲତରେ ହାଜର ହେଲେ ସାଧ୍ୱୀ ପ୍ରଜ୍ଞା, ମାଲେଗାଓଁ ବିସ୍ଫୋରଣ ବିଷୟରେ କିଛି ଜାଣି ନାହିଁ ବୋଲି ଦେଲେ ବୟାନ

latestly.com

ମୁମ୍ବାଇ : ୨୦୦୮ରେ ମାଲେଗାଓଁରେ ହୋଇଥିବା ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ଏହି ମାମଲାକୁ ନେଇ ଆଜି ଏଏନ୍‌ଆଇ ଅଦାଲତରେ ହାଜର ହୋଇଛନ୍ତି । ଗତକାଲି ତାଙ୍କୁ  ହାଜର ହେବାକୁ ଅଦାଲତ ପକ୍ଷରୁ କୁହାଯାଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ହାଜର ହୋଇ ନଥିଲେ । ଯାହା ପରେ ଏଏନ୍‌ଆଇ ଅଦାଲତ ପକ୍ଷରୁ ସାଧ୍ୱୀ ପ୍ରଜ୍ଞାଙ୍କୁ ଆଜି ଭିତରେ ହାଜର ହେବା ପାଇଁ ଚେତାବନୀ ଦିଆଯାଇଥିଲା । ଚେତାବନୀ ପରେ ଆଜି ସାଧ୍ୱୀ ପ୍ରଜ୍ଞା ହାଜର ହୋଇଥିଲେ । ଅଦାଲତରେ ଶୁଣାଣି ସମୟରେ ଏଏନ୍‌ଆଇର ସ୍ୱତନ୍ତ୍ର ବିଚାରପତି ମାଲେଗାଓଁ ବିସ୍ଫୋରଣକୁ ନେଇ ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରଶ୍ନ କରିଥିଲେ । ଏ ପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିବା ସବୁ ସାକ୍ଷୀଙ୍କ ଅନୁଯାୟୀ, ସେପ୍ଟେମ୍ବର ୨୯, ୨୦୦୮ରେ ଏକ ବଡ଼ ଧମାକା ହୋଇଥିଲା । ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ଏ ନେଇ ଆପଣ କ’ଣ କହିବେ? ବୋଲି ପ୍ରଶ୍ନ କରିଥିଲେ ବିଚାରପତି । ଏହାର ଉତ୍ତର ରଖି ମୁଁ ଜାଣି ନାହିଁ ବୋଲି କହିଥିଲେ ସାଧ୍ୱୀ ପ୍ରଜ୍ଞା ।

publive-image oneindia.com

ସୂଚନା ମୁତାବକ, ଗତକାଲି ଏନ୍‌ଆଇଏ ଅଦାଲତର ବିଚାରପତି ଅଭିଯୁକ୍ତ ପ୍ରଜ୍ଞା ଠାରୁକଙ୍କ ଓକିଲଙ୍କ ନିବେଦନକୁ ପ୍ରତ୍ୟାଖାନ କରିଦେବା ସହ କହିଥିଲେ ଯେ ଅଦାଲତଙ୍କ ପୂର୍ବ ଆଦେଶ ମୁତାବକ ଯଦି ସେ ଆସନ୍ତାକାଲି (ଶୁକ୍ରବାର) ଅଦାଲତରେ ହାଜର ନ ହୁଅନ୍ତି, ତେବେ ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଚରମ ପରିଣତି ଭୋଗ କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ମୁମ୍ବାଇ ମାଲେଗାଓଁ ବିସ୍ଫୋରଣ ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ପ୍ରଜ୍ଞା ଠାକୁରଙ୍କୁ ପତ୍ର ସପ୍ତାହରେ ଆସି ମୁମ୍ବାଇ ଏନ୍‌ଆଇଏ ଅଦାଲତରେ ହାଜିରା ଦେବାର ସର୍ତ୍ତ ସହ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଏନ୍‌ଆଇଏ ଅଦାଲତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe