News India
ନୂଆଦିଲ୍ଲୀ: ଶେଷରେ ୭ ମାସର ବିଳମ୍ବ ପରେ ଆସନ୍ତା ଡିସେମ୍ବର ୨୩ ତାରିଖ ଦିନ ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨୦୧୮ ବର୍ଷ ପାଇଁ) କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ଜାଣିବା ପାଇଁ ମିଳିଛି। ପୂର୍ବରୁ, ପ୍ରତ୍ୟେକ ବର୍ଷ ମେ’ ୩ ତାରିଖରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବାର ଏକ ବିଧି ରହି ଆସିଥିଲା। କାରଣ, ୧୯୧୩ ମସିହାର ଏହି ତାରିଖରେ ରିଲିଜ୍ ହୋଇଥିଲା ଦେଶର ସର୍ବପ୍ରଥମ ଫିଚର ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’।
ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଡିସେମ୍ବର ୨୩ ତାରିଖ ଦିନ ରାଜଧାନୀ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁ ଥିବା ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଦେଖିବା ପାଇଁ ମିଳିବ ଆଉ ଏକ ବ୍ୟତିକ୍ରମ। ଆଜି ପର୍ଯ୍ୟନ୍ତ ଆୟୋଜିତ ହୋଇ ଆସିଥିବା ସମସ୍ତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଖୋଦ୍ ରାଷ୍ଟ୍ରପତି ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ନିଜ ହାତରେ ପୁରସ୍କାର ପ୍ରଦାନ କରି ଆସୁଥିଲେ। କାରଣ, ଭାରତୀୟ ସିନେମାରେ ଏହି ଜାତୀୟ ପୁରସ୍କାରକୁ ସର୍ବଶ୍ରେଷ୍ଠ ସମ୍ମାନ ଓ ପୁରସ୍କାର ରୂପେ ବିବେଚନା କରାଯାଉଥିଲା।
Box Officeତେବେ, ଏଥରକ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରିବର୍ତ୍ତେ ଉପରାଷ୍ଣପତି ଭେଙ୍କିଆ ନାଇଡ଼ୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ।
କୁହାଯାଉଛି, ସଂପ୍ରତି ରାଜନେତାମାନଙ୍କ ଜୀବନୀକୁ ଆଧାର କରି ଏକାଧିକ ବାୟୋପିକ୍ ନିର୍ମିିତ ହେଉଥିବା ବେଳେ ଏହା ଅନେକ ସମୟରେ ବିବାଦୀୟ ହୋଇପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନରୁ ଦୂରେଇ ରଖିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି।
Follow Us