୨୦୧୯ ଲୋକସଭା ନିର୍ବାଚନ ପାଇଁ ରାହୁଲଙ୍କ ୟୁପି ଗସ୍ତ

ଆମେଥୀରେ ପୋଷ୍ଟର ଯୁଦ୍ଧ: ରାହୁଲ ରାମ,ମୋଦି ରାବଣ

୨୦୧୯ ଲୋକସଭା ନିର୍ବାଚନ ପାଇଁ ରାହୁଲଙ୍କ ୟୁପି ଗସ୍ତ

Congress vice president Rahul Gandhi Moti lal Vohra and Surejewala arrives for meeting of the PCC presidents at AICC office in new Delhi on Friday. Express photo by Prem Nath Pandey 05 feb 16 *** Local Caption *** Congress vice president Rahul Gandhi Moti lal Vohra and Surejewala arrives for meeting of the PCC presidents at AICC office in new Delhi on Friday. Express photo by Prem Nath Pandey 05 feb 16

ଆମେଥୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି। ରାହୁଲ ଆଜି ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି। ଅଧ୍ୟକ୍ଷ ଭାର ଗ୍ରହଣ କରିବାପରେ ନିର୍ବାଚନ ମଣ୍ଡଳୀ ଆମେଥୀକୁ ରାହୁଲଙ୍କର ଏହା ପ୍ରଥମ ଗସ୍ତ। ତେବେ ରାହୁଲଙ୍କ ଆମେଥୀ ଗସ୍ତ ଅବସରରେ ଆଜି ଆମେଥୀ ସହରରେ ଏକ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏକ ପୋଷ୍ଟରରେ ରାହୁଲଙ୍କୁ ରାମ ଏବଂ ମୋଦିଙ୍କୁ ରାବଣ ବୋଲି ଚିତ୍ରଣ କରାଯିବା ଦ୍ୱାରା ଏହାକୁ ନେଇ ବିବାଦ ଦେଖାଦେଇଛି। ପୋଷ୍ଟରରେ ଲେଖାଯାଇଛି ରାହୁଲ ଭଗବାନ ଶ୍ରୀରାମଙ୍କ ଅବତାର ଏବଂ ୨୦୧୯ ନିର୍ବାଚନରେ ରାହୁଲ ଆସିବେ। ସେହିପରି ମୋଦିଙ୍କୁ ପୋଷ୍ଟରରେ ରାବଣ ଭାବେ ଚିତ୍ରଣ କରାଯାଇଛି। ଅନ୍ୟଏକ ପୋଷ୍ଟରରେ ରାହୁଲଙ୍କୁ ଶ୍ରୀକୃଷ୍ଣ ଭାବେ ଚିତ୍ରଣ କରାଯାଇଛି ଏବଂ କୁହାଯାଇଛି ଜଣେ ଯୋଦ୍ଧା ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି। ଗସ୍ତର ପ୍ରଥମ ଦିନରେ ରାହୁଲ ଆଜି ଆମେଥୀରେ ୭ଟି ସ୍ଥାନରେ ରୋଡ୍‌ସୋ କରିଛନ୍ତି। ଆଜି ସାଲୋନ ନଗର ପଞ୍ଚାୟତରେ ରାହୁଲ ଏକ ଜନସଭା ବୈଠକରେ ଯୋଗ ଦେବା ସମୟରେ ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ଆସନ୍ତାକାଲି ରାହୁଲ ମୁସାଫିରଖାନା, ଜୈଶ, ଜଗଦିସପୁର ଏବଂ ମୋହନଗଞ୍ଜରେ ଜନବୈଠକରେ ଯୋଗ ଦେବେ। ତେବେ ଅଧ୍ୟକ୍ଷ ଭାର ଗ୍ରହଣ କରିବାପରେ ଏହା ଆମେଥୀକୁ ରାହୁଲଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ଆମେଥୀ ବାସିନ୍ଦା ତାଙ୍କୁ ସ୍ୱାଗତ ଜଣାଇବାପାଇଁ ଚାହିଁ ବସିଥିଲେ ବୋଲି ବରିଷ୍ଠ ୟୁପି କଂଗ୍ରେସ ନେତା ଅଖିଳେଶ ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe