୨୦୧୯ର ଶେଷ ‘ମନ୍‌ କୀ ବାତ୍‌’, ଯୁବଗୋଷ୍ଠୀ ଅରାଜକତାକୁ ଘୃଣା କରନ୍ତି

ମନ୍‌ କୀ ବାତ୍‌: ଜନତା ଲଢ଼ୁଛନ୍ତି କରୋନା ଯୁଦ୍ଧ, କଠିନ ସମୟରୁ ଶିକ୍ଷା ମିଳେ

News18.com

ନୂଆଦିଲ୍ଲୀ: ୨୦୧୯ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶେଷ ‘ମନ୍‌ କି ବାତ୍‌’ ରେଡ଼ିଓ କାର୍ଯ୍ୟକ୍ରମ ଆଜି ପ୍ରସାରିତ ହୋଇଛି। ୬୦ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦଶନ୍ଧିରେ ଆଧୁନିକୀକରଣ ଏବଂ ବିକାଶ କ୍ଷେତ୍ରରେ ଭାରତର ଯୁବ ଗୋଷ୍ଠୀ ସକ୍ରିୟ ଭୂମିକା ନିର୍ବାହ କରିବେ। ଆଧୁନିକ ଭାରତ ନିର୍ମାଣରେ ଯୁବ ‌ଗୋଷ୍ଠୀ ଗୁରୁଦାୟିତ୍ବ ତୁଲାଇବେ। ଶକ୍ତିଶାଳୀ ଓ ଗତିଶୀଳ ଯୁବଗୋଷ୍ଠୀ ଗୋଟିଏ ବଡ଼ ପରିବର୍ତ୍ତନର ବାହକ ହେବେ। ନୂଆ ଯୁବ ଗୋଷ୍ଠୀ ନୂତନ ବ୍ୟବସ୍ଥା, ନୂତନ ଯୁଗ, ନୂତନ ଚିନ୍ତାଧାରାକୁ ନେଇ ଅଧିକ ଶକ୍ତିଶାଳୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ଯୁବବର୍ଗ ଅସ୍ଥିରତା, ଅରାଜକତା ଏବଂ ପକ୍ଷପାତିତାକୁ ଘୃଣା କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କନ୍ୟାକୁମାରୀରେ ‘ବିବେକାନନ୍ଦ ଶିଳା ସ୍ମାରକୀ’ ସ୍ଥାପନ ହେବାର ୫୦ ବର୍ଷ ବିତିଗଲାଣି। ଯୁବକମାନେ ‘ବିବେକାନନ୍ଦ ଶିଳା ସ୍ମାରକୀ’ (ବି‌ବେକାନନ୍ଦ ରକ୍‌ ମେ‌ମୋରିଆଲ୍‌) ସ୍ଥଳ ବୁଲିଯିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅଗ୍ରଗତି ଓ ପ୍ରଗତି ନିମନ୍ତେ ଯୁବବର୍ଗଙ୍କ ଅବଦାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିବା ସହ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାସ୍ଥିତ ଭୈରବଗଞ୍ଜ ସ୍ୱାସ୍ଥ୍ୟ କେନ୍ଦ୍ର ସଂପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ସେଠାକୁ ଆଖପାଖ ଗାଁଗଣ୍ଡାରୁ ହଜାର ହଜାର ଲୋକ ଆସି ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଉଛନ୍ତି। କିନ୍ତୁ ତାହା ସରକାରୀ କାର୍ଯ୍ୟକ୍ରମ କିମ୍ବା ସରକାରୀ ଯୋଜନା ନୁହେଁ। ସ୍ଥାନୀୟ କେ. ଆର୍‌. ହାଇସ୍କୁଲ୍‌ ପୁରାତନ ଛାତ୍ର ସମ୍ମିଳନୀ ‘ସଙ୍କଳ୍ପ ୯୫’ ଏହାର ଆୟୋଜନ କରୁଛି। ଜମ୍ମୁ, କାଶ୍ମୀର ଏବଂ ଲଦାଖରେ ଅଭିନବ କାର୍ଯ୍ୟକ୍ରମ ‘ହିମାୟତ୍‌’ ଯୁବବର୍ଗଙ୍କ ଜୀବନଧାରା ପରିବର୍ତ୍ତନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe