alalamtv.net
ନୂଆଦିଲ୍ଲୀ: ୨୦୨୦ର ବିଶ୍ୱ ବାର୍ଷିକ ତାପମାତ୍ରା ପାହ୍ୟାଙ୍କନରୁ ଏହି ବର୍ଷ ସର୍ବାଧିକ ତାପମାତ୍ରାର ବର୍ଷ ହେବ ବୋଲି ଆଶଙ୍କା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଓସ୍ନିକ୍ ଏଣ୍ଡ୍ ଆଟ୍ମସ୍ଫରିକ୍ ଆହ୍ମିନିଷ୍ଟ୍ରେସନ କରିଥିବା ଏହି ପାହ୍ୟାଙ୍କନରେ ଅଧିକାଂଶ ନଗରର ତାପମାତ୍ରା ପୂର୍ବ ବର୍ଷ ତୁଳନାରେ ଅଧିକ ରହିଛି। କୋଭିଡ୍-୧୯, ଅମ୍ଫାନ୍, ପଙ୍ଗପାଳ ଆକ୍ରମଣ ସାଙ୍ଗକୁ ନିଆଁଜଳା ତାପମାତ୍ରା ଚିନ୍ତାର କାରଣ ହେବ।
ତେବେ ତାପମାତ୍ରା ବୃଦ୍ଧି ଉପରେ ପ୍ରଥମ କରି ବୈଜ୍ଞାନିକମାନେ ଏଭଳି ଆଶଙ୍କା କରି ନାହାନ୍ତି, ପୂର୍ବରୁ ମଧ୍ୟ କରିଛନ୍ତି। ତେବେ ୫୦%ରୁ ୭୦% ପର୍ଯ୍ୟନ୍ତ ତାପମାତ୍ରାରେ ଫରକ ଆସିବ ବୋଲି ବିଶେଷଜ୍ଞମାନଙ୍କ ଠାରୁ ଜଣାପଡ଼ିଛି। ଦିଲ୍ଲୀ ସମେତ ଉତ୍ତରଭାରତ, ରାଜସ୍ଥାନ ଓ ବିଦର୍ଭ ଅଞ୍ଚଳରେ ଅତ୍ୟୁଚ୍ଚ ତାପମାତ୍ରା ଅନୁଭୂତ ହୋଇସାରିଛି। ଭାରତୀୟ ପାଣିପାଗବିଜ୍ଞାନ ବିଭାଗ ବର୍ଷା ଓ କୁଆପଥର ପଡ଼ିବା ଯୋଗୁ କିଛି ସମୟ ପାଇଁ ଆଶ୍ୱସ୍ତି ମିଳିଲେ ବି େମ ୩୦ରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଅସହ୍ୟ ହେବ।
Follow Us