୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ଭୋଟିଙ୍ଗ୍‌ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ କଲା ନିର୍ବାଚନ କମିସନ୍‌

Advertisment
୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ଭୋଟିଙ୍ଗ୍‌ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ କଲା ନିର୍ବାଚନ କମିସନ୍‌

Image Courtesy of NDTV

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ୍‌ ଭୋଟିଙ୍ଗ୍‌ ‌ମେସିନ୍‌ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଆରମ୍ଭ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଏଥିପାଇଁ, ନିର୍ବାଚନ କମିସନ୍‌ ସମଗ୍ର ଦେଶରେ ‘ଇଭିଏମ୍‌’ ଏବଂ ‘ପେପର୍‌ଟ୍ରେଲ୍‌’ ମେସିନ୍‌ର ‘ପ୍ରଥମ ପର୍ଯ୍ୟାୟ ଯାଞ୍ଚ’ ଆରମ୍ଭ ହୋଇଛି। ‘ମକ୍‌ ପୋଲ୍‌’ ହେଉଛି ଏହି ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାର ଅଂଶବିଶେଷ ବୋଲି ସେମାନେ କହିଛନ୍ତି।

ନିର୍ବାଚନ କମିସନ୍‌ର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି, ସମଗ୍ର ଭାରତରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲିବ। କେରଳର ସମସ୍ତ ନିର୍ବାଚନ ମଣ୍ଡଳୀ ସମେତ ପର୍ଯ୍ୟାୟକ୍ରମେ ସମଗ୍ର ଦେଶରେ ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଚାଲିବ।

publive-image Image Courtesy of NDTV

ଉଲ୍ଲେଖଯୋଗ୍ୟ, ମାର୍ଚ ମାସରେ ସୁରତର ସେସନ୍ ଅଦାଲତ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ଏକ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେବାରୁ ତାଙ୍କୁ ଲୋକସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋ‌ଷଣା କରାଯାଇଥିଲା। ଫଳରେ ରାହୁଲ୍‌ ପ୍ରତିନିଧିତ୍ବ କରୁଥିବା କେରଳର ୱାୟାନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଖାଲି ପଡ଼ିଛି। ସେଠାରେ ‘ମକ୍‌ ପ‌ୋଲ୍‌’ ଚାଲିଥିବା ବ‌େଳେ ନିର୍ବାଚନ କାର୍ଯ୍ୟକର୍ତ୍ତାଜଣକ ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟେକ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ନିର୍ବାଚନ କମିସନ୍‌ ‘କ୍ୟାଲେଣ୍ଡର୍‌’ ଜାରି କରିଛନ୍ତି। ଏହଛଡ଼ା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିମନ୍ତେ ନିର୍ଦ୍ଧାରିତ ନିର୍ଦେଶନାମା ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe