୨୦୨୪ ଥିଲା ଦେଶର ସବୁଠୁ ଉତ୍ତପ୍ତ ବର୍ଷ; ୨୦୧୬ର ରେକର୍ଡକୁ ଟପିଛି: ଆଇଏମ୍‌ଡି

Advertisment

୧୯୦୧ ପରଠାରୁ ୨୦୨୪ ଭାରତ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ସାବ୍ୟସ୍ତ ହୋଇଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ବିଗତ ୧୨୩ ବର୍ଷ ମଧ୍ୟରେ ୨୦୨୪ରେ ଭାରତର ତାପମାତ୍ରା ସର୍ବାଧିକ ଥିଲା ଏବଂ ହାରାହାରି...

୧୯୦୧ ପରଠାରୁ ୨୦୨୪ ଭାରତ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ସାବ୍ୟସ୍ତ ହୋଇଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ବିଗତ ୧୨୩ ବର୍ଷ ମଧ୍ୟରେ ୨୦୨୪ରେ ଭାରତର ତାପମାତ୍ରା ସର୍ବାଧିକ ଥିଲା ଏବଂ ହାରାହାରି...

fddfdf

ନୂଆଦିଲ୍ଲୀ: ୧୯୦୧ ପରଠାରୁ ୨୦୨୪ ଭାରତ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ସାବ୍ୟସ୍ତ ହୋଇଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ବିଗତ ୧୨୩ ବର୍ଷ ମଧ୍ୟରେ ୨୦୨୪ରେ ଭାରତର ତାପମାତ୍ରା ସର୍ବାଧିକ ଥିଲା ଏବଂ ହାରାହାରି ସର୍ବନିମ୍ନ ତାପମାତ୍ରା ଦୀର୍ଘକାଳୀନ ହାରାହାରି ତାପମାତ୍ରାଠାରୁ ୦.୯୦ ଡିଗ୍ରି ସେଲସିୟସ୍ ଅଧିକ ରହିଥିଲା। ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ, ୨୦୨୪ରେ ଭାରତରେ ବାର୍ଷିକ ହାରାହାରି ସ୍ଥଳପୃଷ୍ଠ ବାୟୁ ତାପମାତ୍ରା ଦୀର୍ଘମିଆଦି ହାରାହାରି (୧୯୯୧-୨୦୨୦ ଅବଧି) ଠାରୁ ୦.୬୫ ଡିଗ୍ରି ସେଲସିୟସ୍ ଅଧିକ ଥିଲା।

ମହାପାତ୍ର କହିଛନ୍ତି ଯେ ୧୯୦୧ ପରଠାରୁ ୨୦୨୪ ହିଁ ସବୁଠାରୁ ଉଷ୍ମ ବର୍ଷ ଭାବେ ପରିଗଣିତ ହୋଇଛି। ଏହା ୨୦୧୬ର ତାପମାତ୍ରାକୁ ମଧ୍ୟ ଅତିକ୍ରମ କରିଛି ଏବଂ ସେହି ବର୍ଷ ସ୍ଥଳପୃଷ୍ଠର ହାରାହାରି ବାୟୁ ତାପମାତ୍ରା ସ୍ୱାଭାବିକଠାରୁ ୦.୫୪ ଡିଗ୍ରି ସେଲସିୟସ ଅଧିକ ରେକର୍ଡ କରାଯାଇଥିଲା। ଅନ୍ୟପକ୍ଷରେ ୟୁରୋପୀୟ ଜଳବାୟୁ ଏଜେନ୍ସି କୋପରନିକସ୍ କହିଛି ଯେ ୨୦୨୪ ସମ୍ଭବତଃ ସବୁଠାରୁ ତତଲା ବର୍ଷ ଭାବେ ଶେଷ ହୋଇଛି ଏବଂ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୫ ଡିଗ୍ରି ସେଲସିୟସ୍ ଅଧିକ ଥିବା ପ୍ରଥମ ବର୍ଷ ସାବ୍ୟସ୍ତ ହୋଇଛି। ୨୦୨୪ରେ ବିଶ୍ୱରେ ୪୧ ଦିନ ବିପଜ୍ଜନକ ତାପମାତ୍ରା ଅନୁଭୂତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe