୨୦୫୦ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌, ମାତ୍ର ୩୦% ପ୍ରବାସୀ ଘରକୁ ଫେରିଛନ୍ତି

Advertisment
ଆଜି ଗୋଆରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଭବାନୀପାଟଣାରେ ପହଞ୍ଚିବ: ୨୪ଟି ବଗିରେ ୧୬୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଆସିବେ

Image Source: Hindustan Times

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୩୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ୨,୦୫୦ ଶ୍ରମିକ ସ୍ପେସାଲ୍ ଟ୍ରେନ୍‌‌ରେ ସେମାନଙ୍କ ନିଜ ନିଜ ଗୃହ ରାଜ୍ୟରେ ପହଞ୍ଚାଇଛି। କିନ୍ତୁ ବିଭିନ୍ନ ରାଜ୍ୟର ତଥ୍ୟ ଅନୁଯାୟୀ ଏବେ ବି ଅନେକ ସଂଖ୍ୟାରେ ପ୍ରବାସୀ ଘରକୁ ଫେରିବାପାଇଁ ଅପେକ୍ଷା‌ କରିଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ , ହରିୟାଣା ଓ ପଂଜାବରେ ୩୦ ପ୍ରତିଶତରୁ ଅଧିକ ମଧ୍ୟ ଘରକୁ ଫେରିନାହାନ୍ତି। ତେଣୁ ଅଧିକ ସଂଖ୍ୟାରେ ପ୍ରବାସୀଙ୍କୁ ଆଣିବାପାଇଁ ରେଳବାଇ ଦିନକୁ ୩୦୦ରୁ ୩୫୦ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ ଚଲାଇବ। ରେଳ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି , ୫୦ ପ୍ରତିଶତରୁ ଅଧିକ ଶ୍ରମିକ ସ୍ପେସାଲ ତଥା ୧,୦୬୪ ଟି ଟ୍ରେନ୍‌ ଉତ୍ତରପ୍ରଦେଶରେ ପହଞ୍ଚିଛି ଏବଂ ବିହାରରେ ୨୫ ପ୍ରତିଶତ ତଥା ୫୬୨ ଶ୍ରମିକ ସ୍ପେସାଲ୍‌ ‌ଟ୍ରେନ୍‌ ପହଞ୍ଚିଛି। ଉତ୍ତରପ୍ରଦେଶକୁ ପ୍ରାୟ ୨୦ ଲକ୍ଷ ପ୍ରବାସୀ ଶ୍ରମିକ ଫେରିଛନ୍ତି। ମହାରାଷ୍ଟ୍ରରେ ୨୦ ଲକ୍ଷ ପ୍ରବାସୀଙ୍କ ମଧ୍ୟରୁ ୫ ଲକ୍ଷ ପ୍ରବା‌ସୀ ପଂଜିକୃତ ହେବା ସହ ସ୍ପେସାଲ୍‌‌ ଟ୍ରେନ୍‌ ‌ଯୋଗେ ନିଜ ନିଜ ରାଜ୍ୟରେ ପହଞ୍ଚି ସାରିଛନ୍ତି। ଦିଲ୍ଲୀରେ ପ୍ରାୟ ୪ ଲକ୍ଷ ପ୍ରବାସୀ ପଂଜିକୃତ ହୋଇଥିବା ବେଳେ ମାତ୍ର ୬୫ ହଜାର ନିଜ ରାଜ୍ୟକୁ ଫେରିଛନ୍ତି।

ସେହିପରି କର୍ଣ୍ଣାଟକରେ ପ୍ରାୟ ୭.୮୮ ଲକ୍ଷ ପଂଜିକୃତଙ୍କ ମଧ୍ୟରୁ ୧.୬ ଲକ୍ଷ ଘରକୁ ଫେରିଛନ୍ତି। ହରିୟାଣାରେ ୧୦.୯୩ ଲକ୍ଷ ପଂଜିକୃତ ହୋଇଥିବା ବେଳେ ୨.୦୮ ‌ଲକ୍ଷ ପ୍ରବାସୀ ଶ୍ରମିକ ୫୩ ଟି ଟ୍ରେନ୍‌ ଏବଂ ୪,୨୫୭ ବସ୍‌ରେ ନିଜ ଘରକୁ ଫେରିଛନ୍ତି। ୧.୭୬ ଲକ୍ଷ ଲୋକ ଘରକୁ ଫେରିବାକୁ ଚାହିଥି‌ବା ବେଳେ ୧୧,୦୦୦ ହରିୟାଣା ଫେରିଛନ୍ତି। ସେହିପରି ପଂଜାବରେ ୧୭.୧୯ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଏଯାବତ୍‌ ୨.୭ ଲକ୍ଷ ଲୋକ ୨୩୬ଟି ଟ୍ରେନ୍‌ରେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ରାଜସ୍ଥାନରେ ପ୍ରାୟ ୧ ଲକ୍ଷ ପ୍ରବାସୀ ଶ୍ରମିକ ୭୮ଟି ଶ୍ରମିକ ସ୍ପେସାଲ୍‌ ‌ଟ୍ରେନ୍‌ରେ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe