୯/୧୧ ଆକ୍ରମଣକୁ ୨୦ ବର୍ଷ ପୂରିଲା, ଆଉ ଦୁଇ ମୃତକଙ୍କ ପରିଚୟ ମିଳିଲା

Advertisment
୯/୧୧ ଆକ୍ରମଣକୁ ୨୦ ବର୍ଷ ପୂରିଲା, ଆଉ ଦୁଇ ମୃତକଙ୍କ ପରିଚୟ ମିଳିଲା

Zee News

ନୂଆଦିଲ୍ଲୀ/ୱାସିଂଟନ : ୨୦୦୧ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ଆମେରିକା ୱାର୍ଲଡ ଟ୍ରେଡ ସେଣ୍ଟର ଏବଂ ପେଣ୍ଟାଗନ ଉପରେ ଅଲ କାଏଦା ପକ୍ଷରୁ ଭୟାନକ ଆକ୍ରମଣ ହୋଇଥିଲା। ୱାର୍ଲଡ ଟ୍ରେଡ ସେଣ୍ଟରର ଟ୍ବିନ ଟାୱାରରେ ହୋଇଥିବା ବିମାନ ଆକ୍ରମଣରେ ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୱାର୍ଲ ଟ୍ରେଡ ସେଣ୍ଟରରେ କାମ କରୁଥିବା କର୍ମଚାରୀଙ୍କ ସମେତ ବିମାନରେ ଥିବା ଯାତ୍ରୀ ଏବଂ ପାଇଲଟଙ୍କ ଜୀବନ ଅକାଳରେ ଝଡ଼ି ଯାଇଥିଲା। ଆର୍ଥିକ ଏବଂ ସାମରିକ ବଳରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଉପରେ ଏହି ଆକ୍ରମଣ ସାରା ବିଶ୍ବକୁ ଥରାଇ ଦେଇଥିଲା।

୨୦ ବର୍ଷ ଭିତରେ ବିଜ୍ଞାନ ଓ ପ୍ରଯୁକ୍ତିରେ ଅନେକ ପରିବର୍ତ୍ତନ ଆସିଛି। ଆଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରି ନ୍ୟୁୟର୍କର ଟ୍ବିନ ଟାୱାର ବିମାନ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଆଉ ୨ ଜଣଙ୍କ ପରିଚୟର ସନ୍ଧାନ ମିଳିଛି ବୋଲି ନ୍ୟୁୟର୍କର ମୁଖ୍ୟ ମେଡିକାଲ ଏକ୍‌ଜାମିନର ଗତ ମଙ୍ଗଳବାର ଘୋଷଣା କରିଛନ୍ତି। ଏଠାରେ ମୃତ୍ୟୁବରଣ କରିଥିବା ୨୭୫୩ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬୪୭ ଜଣଙ୍କର ପରିଚୟ ମିଳିଛି। ଅତ୍ୟାଧୁନିକ ଡିଏନଏ ପ୍ରଯୁକ୍ତି ମାଧ୍ୟମରେ ୧୬୪୬ତମ ଏବଂ ୧୬୪୭ତମ ମୃତକଙ୍କୁ ଚିହ୍ନଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe