ନେନ୍‌ସି ପିଲୋସିଙ୍କ ଗସ୍ତ ଦିନ ତାଇୱାନ୍‌ ‘ଏୟାର୍‌ ଡିଫେନ୍‌ସ୍‌ ଜୋନ୍‌’ରେ ପ୍ରବେଶ କରିଛି ୨୧ଟି ଚୀନା ଲଢୁଆ ବିମାନ

Advertisment
ନେନ୍‌ସି ପିଲୋସିଙ୍କ ଗସ୍ତ ଦିନ ତାଇୱାନ୍‌ ‘ଏୟାର୍‌ ଡିଫେନ୍‌ସ୍‌ ଜୋନ୍‌’ରେ ପ୍ରବେଶ କରିଛି ୨୧ଟି ଚୀନା ଲଢୁଆ ବିମାନ

Image Courtesy of NDTV

ତାଇପେଇ: ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍‌ସି ପିଲୋସିଙ୍କ ଗସ୍ତ ଦିନ ତାଇୱାନ୍‌ର ‘ଏୟାର୍‌ ଡିଫେନ୍‌ସ୍‌ ଆଇଡେଣ୍ଟି‌ଫିକେସନ୍‌ ଜୋନ୍‌’ (ଏଡିଆଇଜେଡ୍‌) ମଧ୍ୟକୁ ଅନ୍ୟୁନ ୨୧ଟି ଚୀନା ଲଢୁଆ ବିମାନ ପ୍ରବେଶ କରିଥିବା କଥା ତାଇୱାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ଏ ସଂକ୍ରାନ୍ତରେ ବିବୃତି ଟୁଇଟ୍‌ କରି ଦ୍ବୀପଦେଶ ତାଇୱାନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି: ୨୦୨୨ ଅଗଷ୍ଟ ୨ ତାରିଖ ଦିନ ତାଇୱାନ୍‌ର ଦକ୍ଷିଣପଶ୍ଚିମ ‘ଏଡିଆଇଜେଡ୍‌’ ମଧ୍ୟକୁ ୨୧ଟି ‘ପିଏଲ୍‌ଏ’ ଲଢୁଆ ବିମାନ ପ୍ରବେଶ କରିଛି।

ଉଲ୍ଲେଖଯୋଗ୍ୟ, ‘ଏଡିଆଇଜେଡ୍‌’ ତାଇୱାନ୍‌ ଅଞ୍ଚଳ ମଧ୍ୟରେ ସୀମିତ ଆକାଶ ସୀମା ନୁହେଁ। ଏହା ଚୀନ୍‌ର ଚୀନ୍‌ର ନିଜସ୍ବ ଆକାଶ ସୀମା ପର୍ଯ୍ୟନ୍ତ ବିସ୍ତୃତ। କେତେ ପ୍ରାନ୍ତରେ ଏହା ମେନ୍‌ଲାଣ୍ଡ୍‌କୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି।

publive-image Image Courtesy of India Today

ଚୀନ୍‌ର ସତର୍କତାକୁ ବେଖାତିର କରି ମଙ୍ଗଳବାର ସନ୍ଧ୍ୟାରେ ପିଲୋସି ତାଇୱାନ୍‌ରେ ଅବତରଣ କରିଛନ୍ତି। ଫଲରେ ବିଶ୍ବର ଦୁଇ ମହାଶକ୍ତି ଚୀନ୍‌ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଚୀନ୍‌ ବୈଦେଶିକ ମନ୍ତ୍ରାଳୟ କହିଛି, ଚୀନ୍‌କୁ ଦମନ କରିବା ଲାଗି ‘ତାଇୱାନ୍‌ କାର୍ଡ’ ଖେଳିବା ବନ୍ଦ କର। ତାଇୱାନ୍‌ ସମସ୍ୟା ଚୀନ୍‌ର ଏକାନ୍ତ ନିଜସ୍ବ ଅଭ୍ୟନ୍ତରୀଣ ବ୍ୟାପାର। ସେଥିରେ ଅନ୍ୟ ଦେଶ ବିଚାରକ ଭାବେ କାର୍ଯ୍ୟ କରିବାର ଅଧିକାର ନାହିଁ।

ସେହିପରି, ଆଜି ଉତ୍ତର କୋରିଆ ମଧ୍ୟ ପିଲୋସିଙ୍କ ତାଇୱାନ୍‌ ଗସ୍ତ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛି ଯେ, ଚୀନ୍‌ର ଅଭ୍ୟନ୍ତରୀଣ ବ୍ୟାପାରରରେ ଏହା ଯୁକ୍ତରାଷ୍ଟ୍ର ଆମେରିକାର ‘ନିର୍ବୋଧ ହସ୍ତକ୍ଷେପ’। ଏହାକୁ ସେମାନେ ତୀବ୍ର ନିନ୍ଦା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe