ଭାରତ ଓ ବାଂଲାଦେଶରେ ଖଣ୍ଡପ୍ରଳୟ କରି ୨୧ ଜଣଙ୍କ ପ୍ରାଣହାନୀ କରିଛି ବାତ୍ୟା ଅମ୍ଫାନ

Advertisment
ଅମ୍ପାନ ବାତ୍ୟା ସହାୟତା ବାବଦରେ ଓଡ଼ିଶା ପାଇଲା ଆଉ ୧୨୮ କୋଟି

Image Source: Hindustan Times

ନୂଆଦିଲ୍ଲୀ: ବୁଧବାର ଦିନ ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ପ୍ରବାହିତ ହୋଇଥିବା ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ପ୍ରାୟ ୨୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଓଡ଼ିଶାରେ ୨ଜଣ, ପଶ୍ଚିମବଙ୍ଗରେ ୧୨ ଜଣ ଓ ପଡ଼ୋଶୀ ବାଂଲାଦେଶରେ ୭ ଜଣ ଲୋକଙ୍କର ପ୍ରାଣହାନୀ ଘଟିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ବାଂଲାଦେଶରେ ମୃତ୍ୟୁ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୫ ବର୍ଷିୟ ବାଳକ, ଜଣେ ୭୫ ବର୍ଷିୟ ବୃଦ୍ଧ ଏବଂ ଜଣେ ସାକ୍ଲୋନ୍ ଏମର୍ଜେନ୍ସି ଭଲ୍ୟୁଣ୍ଟିୟର୍। ବୁଡ଼ିଯିବାରୁ ଏହି ଭଲ୍ୟୁଣ୍ଟିୟର୍‌ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବାଂଲାଦେଶର ଶକ୍ତି ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ କି, ଅନ୍ୟୂନ ଏକ ନିୟୁତ ଲୋକଙ୍କ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି।

publive-image Image Source: Zee News

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆମେ ତିନି ପ୍ରକାର ସଙ୍କଟର ସମ୍ମୁଖୀନ ହୋଇଛୁ: କରୋନାଭାଇରସ୍, ଘରକୁ ବାହୁଡୁଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଏବଂ ଏବେ ବାତ୍ୟା।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଗୁରୁବାର ରାତି ୨: ୩୦ ମିନିଟ୍‌ ସୁଦ୍ଧା ବାତ୍ୟା ଅମ୍ଫାନ୍ କୋଲ୍‌କାତା ଠାରୁ ଉତ୍ତର- ଉତ୍ତରପୂର୍ବ ଦିଗରେ ୨୧୦ କିଲୋମିଟର୍ ଦୂର ବାଂଲାଦେଶ ଉପରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହା ସେହି ଦିଗରେ ଆହୁରି ଅଗ୍ରସର ହୋଇ ଗୁରୁବାର ସକାଳେ ଗଭୀର ଅବପାତରେ ରୂପାନ୍ତର ହେବ। ଫଳରେ ଗୁରୁବାର ଦିନ ସାରା ଉତ୍ତର ବଙ୍ଗରେ ପ୍ରବଳ ବର୍ଷା ହେବ। ଶୁକ୍ରବାର ଦିନ ଆକାଶ ମେଘମୁକ୍ତ ହେବ ବୋଲି ଆଲିପୁର ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe