Image Courtesy of Hindustan Times
ସାନ୍ ଡିଏଗୋ: ରବିବାର ଦିନ ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶ ଅନ୍ତର୍ଗତ ସାନ୍ ଡିଏଗୋ ନୌସେନା ଘାଟିରେ ଏକ ଯୁଦ୍ଧପୋତରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁଁ ୨୧ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ନେଭାଲ୍ ସର୍ଫେସ୍ ଫୋର୍ସର ମୁଖପାତ୍ର ମାଇକ୍ ରେନି କହିଛନ୍ତି, ପୂର୍ବାହ୍ନ ୯ଟାର ଅଳ୍ପ ସମୟ ପୂର୍ବରୁ ‘ୟୁଏସଏସ୍ ବନ୍ହୋମି ରିଚାର୍ଡ’ରେ ନିଆଁ ଲାଗିଥିବା ରିପୋର୍ଟ ମିଳିଥିଲା। ଏଥିରେ ଆହତ ହୋଇଥିବା ୧୭ଜଣ ନାବିକ ଏବଂ ଚାରିଜଣ ସାଧାରଣ ନାଗରିକଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
Image Courtesy of ABC Newsଅଗ୍ନିକାଣ୍ଡର କାରଣ ସମ୍ବନ୍ଧରେ ତଦନ୍ତ ଆରମ୍ଭ ହୋଇଛି। ୮୪୦ ଫୁଟ୍ ଲମ୍ବର ଏହି ବୁଡ଼ାଜାହାଜର କେଉଁ ସ୍ଥାନରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ। ଏଥିରୁ ଉତ୍ପନ୍ନ ହୋଇଥିବା ଅଗ୍ନିଶିଖାରୁ ବାହାରିଥିବା କଳାଧୂଆଁର ବଉଦ ସମଗ୍ର ସାନ୍ ଡିଏଗୋରେ ଦୃଶ୍ୟମାନ ହୋଇଥିଲା।
ସାନ୍ ଡିଏଗୋ ହେଉଛି ବନ୍ହୋମି ରିଚାର୍ଡ’ର ରହଣି ବନ୍ଦର। ଅଗ୍ନିକାଣ୍ଡ ସମୟରେ ଏହାର ରୁଟିନ୍ ତଦାରଖ ଚାଲିଥିଲା। ଏଥିରେ ପ୍ରାୟ ୧୬୦ ଜଣ ନାବିକ ଏବଂ ଅଧିକାରୀ ଥିଲେ।
୨୩ ବର୍ଷ ପୁରାତନ ଏହି ଜାହାଜର ହେଲିକପ୍ଟର୍, ଛୋଟ ନୌକା ଆଦି ପରିବହନ କରିବାର ସାମର୍ଥ୍ୟ ରହିଛି।
Follow Us