କ୍ରେମ୍‌ଲିନ୍‌ରେ ଡ୍ରୋନ୍‌ ଆକ୍ରମଣର ପ୍ରତିଶୋଧ: ରୁଷ୍‌ ଆକ୍ରମଣରେ ଖେର୍‌ସନ୍‌ରେ ୨୧ ମୃତ, କିବ୍‌ରେ ଶୁଭୁଛି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ

Advertisment
କ୍ରେମ୍‌ଲିନ୍‌ରେ ଡ୍ରୋନ୍‌ ଆକ୍ରମଣର ପ୍ରତିଶୋଧ: ରୁଷ୍‌ ଆକ୍ରମଣରେ ଖେର୍‌ସନ୍‌ରେ ୨୧ ମୃତ, କିବ୍‌ରେ ଶୁଭୁଛି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ

ନୂଆଦିଲ୍ଲୀ: ୟୁକ୍ରେନ୍‌ର ଖେର୍‌ସନ୍‌ରେ ରୁଷ୍‌ ଆରମ୍ଭ କରିଥିବା ଭୟାବହ ଆକ୍ରମଣରେ ଗୋଟାଏ ସୁପର୍‌ମାର୍କେଟ୍‌, ରେଳ ଷ୍ଟେସନ୍‌ ଏବଂ ସାଧାରଣ ନାଗରିକ ଥିବା ଅନ୍ୟାନ୍ୟ ଅଞ୍ଚଳ ପ୍ରଭାବିତ ହେବା ସହ ଅନ୍ୟୂନ ୨୧ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୪୮ଜଣ ଆହତ ହୋଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ‘କିବ୍‌ ପୋଷ୍ଟ୍‌’ ରିପୋର୍ଟ  କରିଛି।

ସେହିପରି, ୟୁକ୍ରେନ୍‌ର ରାଜଧାନୀ ନଗରୀ କିବ୍‌ରେ ମଧ୍ୟ ୨ଟି ପ୍ରଚଣ୍ଡ ବ‌ିସ୍ଫୋରଣ ଶବ୍ଦ ଶୁଭିଛି ବୋଲି ଗୁରୁବାର ଦିନ ‘କିବ୍‌ ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି। ସେଥିପାଇଁ ‘ଏୟାର୍‌ ଡିଫେନ୍‌ସ୍‌’କୁ କର୍ଯ୍ୟକ୍ଷମ କରାଯାଇଥିବା କଥା କିବ୍‌ ସିଟି ମିଲ୍‌ଟାରି ପ୍ରଶାସନ କହିଛି।

publive-image Image Courtesy of India Today

‘କିବ୍‌ ଓବ୍ଲାଷ୍ଟ୍‌’ରେ ୟୁକ୍ରେନୀୟ ‘ଏୟାର୍‌ ଡିଫେନ୍‌ସ୍‌’କୁ କାର୍ଯ୍ୟକ୍ଷମ କରାଯାଇଥିବା କଥା ‘ଦି ଓବ୍ଲାଷ୍ଟ୍‌ ମିଲ୍‌ଟାରି ଆଡ୍‌ମିନିଷ୍ଟ୍ରେସନ୍‌’ ବି ରିପୋର୍ଟ କରିଛି। ଡ୍ରୋନ୍‌ ଆକ୍ରମଣର ସମ୍ଭାବନା ଥିବାରୁ ଜନସାଧାରଣ ଆଶ୍ରୟସ୍ଥଳକୁ ଯାଇ ରହିବାକୁ ‘କିବ୍‌ ଓବ୍ଲାଷ୍ଟ୍‌ ମିଲ୍‌ଟାରି ଆଡ୍‌ମିନିଷ୍ଟ୍ରେସନ୍‌’ ପରାମର୍ଶ ଦେଇଛି।

publive-image Image Courtesy of India Today

ଏହାଛଡ଼ା, କିବ୍‌, ଚେର୍‌ନିହିବ୍‌, ସୁମି, ପୋଲ୍‌ତାବା, କିରୋବୋଦ୍ରାଦ୍‌, ଖାର୍‌କିବ୍‌, ମିକୋଲାଇବ୍‌, ଓଡେସା, ଦିପ୍ରୋପେଟ୍ରାଭ୍‌ସ୍କ, ଜାପୋରିଝ୍‌ଝିଆ ଓ କିବ୍‌ ନଗରୀରେ ବିମାନ ଆକ୍ରମଣ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।

ଡ୍ରୋନ୍‌ ଆକ୍ରମଣରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ହତ୍ୟା କରିବା ଲାଗି ୟୁକ୍ରେନ୍‌ ଉଦ୍ୟମ କରିଥିବା ଘୋଷଣା କରି ସମଗ୍ର ୟୁକ୍ରେନ୍‌ରେ ରୁଷ୍ ତା’ର ଆକ୍ରମଣ ତୀବ୍ରତର କରିଛି।

କିନ୍ତୁ, ଗତରାତିର ଡ୍ରୋନ୍‌ ଆକ୍ରମଣ ଘଟଣା ସହିତ କିବ୍‌ର କୌଣସି ସମ୍ପର୍କ ନାହିଁ ବୋଲି ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି। ସେ କହିଛନ୍ତି, ଆମେ ପୁଟିନ୍‌ଙ୍କୁ ଅଥବା ମସ୍କୋ ଆକ୍ରମଣ କରିନାହୁଁ। ଆମେ ଦେଶ ଭିତରେ ଲଢ଼େଇ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe