‘ଭାରତ ଯୋଡ଼ୋ ଯାତ୍ରା’ର ଅନ୍ତିମ ସମାବେଶକୁ ଆମନ୍ତ୍ରିତ ହୋଇଥିଲେ ୨୧ଟି ଦଳ; ୯ଟି ଦଳ ଆସିବେ ନାହିଁ

Advertisment
‘ଭାରତ ଯୋଡ଼ୋ ଯାତ୍ରା’ର ଅନ୍ତିମ ସମାବେଶକୁ ଆମନ୍ତ୍ରିତ ହୋଇଥିଲେ ୨୧ଟି ଦଳ; ୯ଟି ଦଳ ଆସିବେ ନାହିଁ

Image Courtesy of NDTV

ନୂଆଦିଲ୍ଲୀ: ସୋମବାର ଦିନ ହେବାକୁ ଥିବା ‘ଭାରତ ଯୋଡ଼ୋ ଯାତ୍ରା’ର ଅନ୍ତିମ ସମାବେଶରେ ୧୨ଟି ସମଭାବାପନ୍ନ ବିରୋଧୀ ଦଳ ଯୋଗ ଦେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଏହି ସମାବେଶକୁ ୨୧ଟି ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ପରିସ୍ଥିତିକୁ ଚାହିଁ କେତେକ ଦଳ ଏଥିରେ ଯୋଗ ଦେବେନାହିଁ ବୋଲି ଜଣାପଡ଼ିଛି।

‘ତୃଣମୂଳ କଂଗ୍ରେସ’, ‘ସମାଜବାଦୀ ପାର୍ଟି’ ଏବଂ ‘ଟିଡିପି’ ଆଦି ଦଳ ଏହି ସମାରୋହରେ ଯୋଗ ଦେଉ ନ ଥିବା ବ‌େଳେ ଏମ୍‌. କେ. ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ‘ଦ୍ରାବିଡ଼ ମୁନ୍ନେତ୍ର କାଝାଗାମ୍‌’ (ଡିଏମ୍‌କେ), ଶରଦ ପୱାର୍‌ଙ୍କ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ (ଏନ୍‌ସିପି), ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ‘ରାଷ୍ଟ୍ରୀୟ ଜନତା ଦଳ’ (ଆର୍‌ଜେଡି), ନୀତୀଶ କୁମାରଙ୍କ ‘ଜନତା ଦଳ (ୟୁନାଇଡେଟ୍‌), ଉଦ୍ଧବ ଠାକ୍‌ରେଙ୍କ ‘ଶିବ‌ସେନା’, ‘ସିପିଆଇ(ଏମ୍‌), ‘ସିପିଆଇ’, ‘ବିଦୁତାଲାଇ ଚରୁତାଇଗଲ କାତ୍‌ଚି’ (ଭିସିକେ), ‘କେରଳ କଂଗ୍ରେସ’, ଫାରୁକ୍‌ ଅବ୍ଦୁଲ୍ଲାଙ୍କ ନେତୃତ୍ବାଧୀନ ‘ଜମ୍ମୁ ଆଣ୍ଡ୍‌ କଶ୍ମୀର ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍’ ମେହବୁବା ମୁଫ୍‌ତିଙ୍କ ‘ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି’ (ପିଡିପି), ଏବଂ ଶିବୁ ସୋରେନ୍‌ଙ୍କ ‘ଝାଡ଼ଖଣ୍ଡ ମୁକ୍ତି ମ‌ୋର୍ଚ୍ଚା’ (ଜେଏମ୍‌ଏମ୍‌) ଆଦି ଦଳ ଶ୍ରୀନଗରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।

publive-image Image Courtesy of India TV News

ସେପ୍ଟେମ୍ବର ୭ ତାରିଖ ଦିନ ଦେଶର ଦକ୍ଷିଣ ସୀମା କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ‘ଭାରତ ଯୋଡ଼ୋ ଯାତ୍ରା’ ଜାନୁଆରି ୩୦ ତାରିଖରେ ଶ୍ରୀନଗରରେ ଶେଷ ହେବ। ୧୨ଟି ରାଜ୍ୟ ଦେଇ ଆସିଥିବା ପ୍ରାୟ ୧୪୫ ଦିନର ଏହି ଯାତ୍ରା ୩,୯୭୦ କିଲୋମିଟର୍‌ ଅତିକ୍ରମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe