ମୁମ୍ବାଇ ପହଞ୍ଚିଲେ ୨୧୯ ଭାରତୀୟ ଛାତ୍ର, ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

Advertisment
ମୁମ୍ବାଇ ପହଞ୍ଚିଲେ ୨୧୯ ଭାରତୀୟ ଛାତ୍ର, ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

ନୂଆଦିଲ୍ଲୀ : ରୋମାନିଆର ବୁଖାରେଷ୍ଟ୍‌ରୁ ଆଜି ପ୍ରଥମ ପର୍ଯ୍ୟାୟରେ ୨୧୯ ଭାରତୀୟ ଛାତ୍ର ମୁମ୍ବାଇ ପହଞ୍ଚିଛନ୍ତି। ଭାରତୀୟ ଛାତ୍ରଙ୍କୁ ଧରି ଆସୁଥିବା ଏୟାର ଇଣ୍ଡିଆ ବିମାନ ଶନିବାର ସନ୍ଧ୍ୟା ୭.୫୦ରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ୟୁକ୍ରେନ୍‌ରୁ ଫେରିଥବା ଛାତ୍ରଙ୍କୁ ସ୍ବାଗତ କରିଛନ୍ତି। ‌ଗୋୟଲ କହିଛନ୍ତି, ୟୁକ୍ରେନରୁ ସୁରକ୍ଷିତ ଭାବେ ଫେରିଥିବା‌ ଭାରତୀୟ ଛାତ୍ରଙ୍କ ମୁହଁରେ ହସ ଦେଖି ଖୁବ୍‌ ଖୁସି ଲାଗୁଛି। ପ୍ରଥମ ପର୍ଯ୍ୟାୟରେ ୨୧୯ ଛାତ୍ର ଆସିଛନ୍ତି। ଦ୍ବିତୀୟ ବ୍ୟାଚ୍‌ ଛାତ୍ର ଖୁବ୍‌ ଶୀଘ୍ର ଦିଲ୍ଲୀ ପହଞ୍ଚିବେ। ସମସ୍ତେ ଘରକୁ ନଫେରିବା ପର୍ଯ୍ୟନ୍ତ ଆମେ ଅଟକିବୁନି ବୋଲି ଗୋୟଲ କହିଛନ୍ତି। ଭାରତ ଆରମ୍ଭ କରିଥିବା ଏହି ଉଦ୍ଧାର ମିସନ୍‌ର ନାମ ‘ଅପରେସନ୍‌ ଗଙ୍ଗା’ ରହିଛି। ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ସେ ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଉଦ୍ଧାର ମିସନ୍‌ରେ ଏହା ପ୍ରଥମ ପଦକ୍ଷେପ ବୋଲି ସେ କହିଛନ୍ତି। ଆଜି ଦିନରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଉଦ୍ଧାର ହେଉଥିବା ଛାତ୍ରଙ୍କ ଫଟୋ ଟ୍ବିଟ୍‌ କରିବା ସହ ଭାରତ ଉଦ୍ଧାର ପ୍ରକ୍ରିୟାରେ ଅଗ୍ରସର ହେଉଥିବା ଅବଗତ କରିଥିଲେ। ଜୟଶଙ୍କର ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ୨୪ ଘଣ୍ଟା ଆମ ଟିମ୍‌ କାମ କରୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି।

ୟୁକ୍ରେନ୍‌ ବାୟୁସୀମା ବନ୍ଦ ହୋଇଯିବା ପରେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରମାନଙ୍କୁ ସଡ଼କ ପଥରେ ପ୍ରଥମେ ହଙ୍ଗେରି ଏବଂ ରୋମାନିଆରେ ପହଞ୍ଚାଯାଉଛି ଏବଂ ସେଠାରୁ ସେମାନଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଉଛି। ଆସନ୍ତାକାଲି ୨୫୦ ଭାରତୀୟ ଛାତ୍ର ଦ୍ବିତୀୟ ଉଦ୍ଧାର ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବେ। ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ୍‌ ବାୟୁସୀମା ବନ୍ଦ ହେବା ପୂର୍ବରୁ ୟୁକ୍ରେନର ରାଜଧାନୀ କିବ୍‌ରୁ ଗତ ୨୨ ତାରିଖରେ ୨୪୦ ଭାରତୀୟ ଛାତ୍ର ଦିଲ୍ଲୀ ଫେରିଥିଲେ। ଆଜି କିଛି ଭାରତୀୟ ଛାତ୍ର ହଙ୍ଗେରି ପହଞ୍ଚିବାପରେ ବୁଡାପେଷ୍ଟ ସ୍ଥିତ ଭାରତୀୟ ଦୂତାବାସଠାରୁ ସହଯୋଗ ପାଇଥିବା କହିଛନ୍ତି। ଆଜି ଏୟାର ଇଣ୍ଡିଆ ବିମାନ ଭାରତୀୟ ଛାତ୍ରଙ୍କୁ ଧରି ବୁଖାରେଷ୍ଟରୁ ମୁମ୍ବାଇ ଅଭିମୁଖେ ଉଡ଼ିବା ପୂର୍ବରୁ ରୋମାନିଆରେ ଭାରତୀୟ ରାଷ୍ଟ୍ରଦୂତ ରାହୁଲ ଶ୍ରୀବାସ୍ତବ ସେମାନଙ୍କୁ ଏକ ବାର୍ତ୍ତା ଦେଇଥିଲେ। ଶ୍ରୀବାସ୍ତବ କହିଥିଲେ, ଜୀବନରେ ଯେବେ ବି ଜଟିଳ ସମୟ ଆସିବ ଏବଂ ଜୀବନ ଆଗକୁ ଯିବା ଭଳି ଲାଗୁନଥିବ ସେ ସମୟରେ ଫେବ୍ରୁଆରି ୨୬ କଥା ମନେ ପକାଇବ ଏବଂ ସବୁକିଛି ଠିକ୍‌ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe