୨୧ତମ ଏସ୍‌ସିଓ ବୈଠକ: ଆତଙ୍କବାଦର ମୁକାବିଲା ସବୁଠାରୁ ବଡ଼ ଚ୍ୟାଲେଂଜ

Advertisment
୨୧ତମ ଏସ୍‌ସିଓ ବୈଠକ: ଆତଙ୍କବାଦର ମୁକାବିଲା ସବୁଠାରୁ ବଡ଼ ଚ୍ୟାଲେଂଜ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଯୋଗ ଦେଇ ଆଫଗାନିସ୍ତାନରେ ଉପୁଜିଥିବା ମାନବୀୟ ସଙ୍କଟ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଭର୍ଚୁଆଲ ଭାବେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୋଦୀ କହିଛନ୍ତି, ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଶାନ୍ତି ଏବଂ ସୁରକ୍ଷା ବାଟରେ ସବୁଠୁ ବଡ଼ ଚ୍ୟାଲେଂଜ ହୋଇଛି। ଆଫଗାନିସ୍ତାନ ସ୍ଥିତି ଏହି ଚ୍ୟାଲେଂଜକୁ ବେଶି ସ୍ପଷ୍ଟ କରିଦେଇଛି। ଆଫଗାନରେ ଏଭଳି ଯେଭଳି ସ୍ଥିତି ଉପୁଜିଛି ତାହା ଆଗକୁ ଭାରତକୁ ପ୍ରଭାବିତ କରିପାରେ ଏବଂ ଏହା ଚିନ୍ତଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଫଗାନିସ୍ତାନରେ ଆର୍ଥିକ ଏବଂ ମାନବୀୟ ସଙ୍କଟ ଦିଗରେ ମୋଦୀ ‌ଗୁରୁତ୍ବାରୋପ କରିଛନ୍ତି। ମୋଦୀ କହିଛନ୍ତି, ଆର୍ଥିକ କାବରାରରେ ବଡ଼ ବାଧା ଉପୁଜୁଥିବାରୁ ଆଫଗାନିସ୍ତାନ ଜନତା ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ ଭାର ଗ୍ରହଣ ପ୍ରସଙ୍ଗରେ ମୋଦୀ କହିଛନ୍ତି, ‘ଆଫଗାନିସ୍ତାନରେ ନିକଟରେ ପରିବର୍ତ୍ତନ ହୋଇଥିବା ସରକାରରେ ସବୁ ବର୍ଗର ପ୍ରତିନିଧିତ୍ବ ନାହିଁ। ବିନା କଥାବାର୍ତ୍ତାରେ ଏହି ସରକାର ଗଠନ ହୋଇଥିବା ମୋଦୀ କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଶୁଣିଥିଲେ।

ଏସ୍‌ସିଓର ଭବିଷ୍ୟତ ସଂକ୍ରାନ୍ତରେ ଚିନ୍ତା କରିବା ପାଇଁ ଏହା ସଠିକ୍‌ ସମୟ ବୋଲି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ଆଫଗାନିସ୍ତାନରେ ଏବେ ଯେଭଳି ସଙ୍କଟ ଦେଖାଦେଇଛି ସେଥିରେ ଆମେ ତାଲିବାନ ସହ ତାଳମେଳ ରଖି କାମ କରିବୁ ବୋଲି ପୁଟିନ କହିଛନ୍ତି। ଇରାନ୍‌ ଏସ୍‌ସିଓର ନୂତନ ସଦସ୍ୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe