ସାବରମତୀ ଏକ୍ସପ୍ରେସ୍‌ର ୨୨ଟି ବଗି ଲାଇନଚ୍ୟୁତ: ୭ ଟ୍ରେନ୍‌ ବାତିଲ, ୩ ଟ୍ରେନ୍‌ର ଗତିପଥ ବଦଳିଲା

Advertisment
ସାବରମତୀ ଏକ୍ସପ୍ରେସ୍‌ର ୨୨ଟି ବଗି ଲାଇନଚ୍ୟୁତ: ୭ ଟ୍ରେନ୍‌ ବାତିଲ, ୩ ଟ୍ରେନ୍‌ର ଗତିପଥ ବଦଳିଲା

ବାରାଣସୀ: ବାରାଣସୀ-ଅହମଦାବାଦ ସାବରମତୀ ଏକ୍ସପ୍ରେସର ୨୨ଟି ବଗି ଶନିବାର ଭୋର ସମୟରେ ଉତ୍ତରପ୍ରଦେଶର କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଭୀମସେନ ନିକଟରେ ଟ୍ରେନ୍‌(୧୯୧୬୮) କାନପୁର ଛାଡ଼ିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଛି। ତେବେ ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ପରେ ଅଟକିଯାଇଥିବାରୁ କେହି ମୃତାହତ ହୋଇନାହାନ୍ତି। ତେବେ ଏହି ଦୁର୍ଘଟଣା ଯାତ୍ରୀ ମହଲରେ ଆତଙ୍କ ଖେଳାଇ ଦେଇଥିଲା। ଉତ୍ତର କେନ୍ଦ୍ରୀୟ ରେଳବାଇ (ଏନ୍‌ସିଆର)ର ବରିଷ୍ଠ ଜନସମ୍ପର୍କ ଅଧିକାରୀ ଶଶିକାନ୍ତ ତ୍ରିପାଠୀ କହିଛନ୍ତି ଯେ ଏହି ଘଟଣା ଭୋର ୨ଟା ୩୦ରେ ଘଟିଛି। ପ୍ରଚଣ୍ଡ ଶବ୍ଦ ପରେ ଟ୍ରେନ୍ ଅଟକି ଯିବାବେଳେ ଯାତ୍ରୀମାନେ ଶୋଇଥିଲେ। ପୁଲିସ ଓ ପ୍ରଶାସନିକ କର୍ମଚାରୀଙ୍କ ସମେତ ଜରୁରିକାଳୀନ ଦଳ ଉପସ୍ଥିତ ଅଛନ୍ତି।

ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ। ଏକ୍ସରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଟ୍ରାକ୍‌ରେ ଏକ ବଡ଼ ପଥର ରହିଥିଲା, ଯାହାକୁ ଧକ୍କା ଦେବା ଫଳରେ ସାବରମତୀ ଏକ୍ସପ୍ରେସ (ବାରାଣାସୀରୁ ଅମଦାବାଦ) ଲାଇନଚ୍ୟୁତ ହୋଇଥିଲା। ତୀକ୍ଷ୍ଣ ହିଟ୍ ମାର୍କ ଦେଖିବାକୁ ମିଳିଛି ଏବଂ ପ୍ରମାଣ ସୁରକ୍ଷିତ ଅଛି। ଆଇବି ଓ ୟୁପି ପୁଲିସ ମଧ୍ୟ ଏହା ଉପରେ କାର୍ଯ୍ୟ କରୁଛନ୍ତି। ତେବେ ଏହି ରାସ୍ତାରେ ରେଳ ଚଳାଚଳ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କାନପୁରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ପାଇଁ ଏହା ଏକ ପ୍ରମୁଖ ମାର୍ଗ। ରେଳବାଇ କହିଛି ଯେ ଏହି ଦୁର୍ଘଟଣା ଯୋଗୁଁ ସାତୋଟି ଟ୍ରେନ୍‌କୁ ବାତିଲ କରାଯାଇଛି ଏବଂ ତିନୋଟି ଟ୍ରେନ୍‌ର ଗତିପଥ ବଦଳାଯାଇଛି। ଭାରତୀୟ ରେଳବାଇ ବର୍ତ୍ତମାନ ଘଟଣାର ଅନୁସନ୍ଧାନ କରୁଛି। ଏହି ସମୟରେ, ରେଳବାଇ ସଂପୃକ୍ତ ଷ୍ଟେସନଗୁଡିକ ପାଇଁ କେତେକ ହେଲ୍ପଲାଇନ ନମ୍ବର ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe