ନାଇଜେରିଆ: ମାଛ ହାଟରେ ଆତ୍ମଘାତୀ ବିସ୍ଫୋରଣ, ଜଣେ ସୈନିକ ସମେତ ୨୨ଜଣଙ୍କ ମୃତ୍ୟୁ

Advertisment
ନାଇଜେରିଆ: ମାଛ ହାଟରେ ଆତ୍ମଘାତୀ ବିସ୍ଫୋରଣ, ଜଣେ ସୈନିକ ସମେତ ୨୨ଜଣଙ୍କ ମୃତ୍ୟୁ

ବୋର୍ଣ୍ଣୋ: ନାଇଜେରିଆର ବୋର୍ଣ୍ଣୋସ୍ଥିତ ଏକ ବଜାର ଉପରକୁ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୨୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୭୨ ଜଣ ଗରୁତର ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ସ୍ଥାନୀୟ ସମୟ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ୩୦ରେ ଏହି ବିସ୍ଫୋରଣ ମାଛ ହାଟ ଉପରେ ଘଟିଥିଲା। ବ୍ୟସ୍ତବହୁଳ ବଜାରରେ ୩ଜଣ ଆକ୍ରମଣକାରୀ ନିଜ ଶରୀରରେ ବୋମା ଖଞ୍ଜି ଆତ୍ମହତ୍ୟା କରିଛନ୍ତି।

publive-image

ଆତଙ୍କବାଦୀଙ୍କ ବିରୋଧରେ ନାଇଜେରିଆ ସେନାର ସହାୟତା କରିଥିବା ନାଗରିକ ବାବାକୁରା କୋଲୋ ଓ ମୁସା ଅରି କହିଛନ୍ତି, ଆତ୍ମଘାତୀ ଆକ୍ରମଣ କରିଥିବା ବ୍ୟକ୍ତିମାନେ ପୁରୁଷ ଥିଲେ। କାଲୋ କହିଛନ୍ତି, ୨ଜଣ ଆକ୍ରମଣକାରୀ ତାସାନ କିଫି ବଜାର ଉପରେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ଜଣ ଗୁରୁତର ଆହତ ହୋଇଛନ୍ତି। ସେହିଭଳି ଅରି କହିଛନ୍ତି, ମୃତକଙ୍କ ମଧ୍ୟରେ ଜଣେ ସୈନିକ ସାମିଲ ଅଛନ୍ତି। ସେ କହିଛନ୍ତି ତାସାନ କିଫି ଏକ ଔପଚାରିକ ବଜାର ଅଟେ, ଯେଉଁଠାରେ ଖାଇବା-ପିଇବା ଓ ଅନ୍ୟ ଦୋକାନ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe