ଘାନାରେ ଗୀର୍ଜା ଭୁଶୁଡ଼ି ୨୨ ମୃତ

Advertisment
ଘାନାରେ ଗୀର୍ଜା ଭୁଶୁଡ଼ି ୨୨ ମୃତ

Image Courtesy of The Ghana Report

ଆବୁଜା: ଶୁକ୍ରବାର ଦିନ ପୂର୍ବ ଘାନାରେ ଏକ ଛଅ ମହଲାବିଶିଷ୍ଟ ଗୀର୍ଜା ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ୨୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଏହି ଦୁର୍ଘଟଣାରେ ଅନ୍ୟ କେତେଜଣ ବ୍ୟକ୍ତି ଆହତ ହୋଇଥିବା କଥା ଜଣେ ସ୍ଥାନୀୟ ସରକାରୀ ଅଧିକାରୀ କହିଛନ୍ତି।

ଏସିନି-ମାନସୋ ଜିଲ୍ଲା ଅନ୍ତର୍ଗତ ଆକିଏମ୍ ବତାବି ସହରରେ ଘଟିଥିବା ଏହି ଦୁର୍ଘଟଣାସ୍ଥଳରୁ ଉଦ୍ଧାରକାରୀ ଦଳ ଆଠ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ଧ୍ବଂସସ୍ତୂପ ତଳୁ ୨୨ଟି ଶବ ବାହାର କରାଯାଇଥିବା କଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାନର ଜଣେ ତତ୍ତ୍ବାବଧାରକ କହିଛନ୍ତି।

publive-image Image Courtesy of Hypercitigh

ଅଧିକ ଲୋକ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଥିବାରୁ ଘଟଣାସ୍ଥଳରେ ତଲାସ ଅଭିଯାନ ଚାଲିଛି। ଅଟ୍ଟାଳିକାର ଭଗ୍ନାଂଶଗୁଡ଼ିକୁ ଉଠାଇବା ଲାଗି ଅଧିକ ଏସ୍କାଭେଟର୍‌ ଅଣାଯାଇଛି। ପ୍ରଥମେ ୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ରିପୋର୍ଟ ଆସିବା ପରେ ପୁଣି ଧ୍ବଂସସ୍ତୂପ ମଧ୍ୟରୁ ଆଉ ୪ଜଣଙ୍କ ଶବ ବାହାର କରାଯାଇଥିଲା।

ଦୁର୍ଘଟଣା ସମୟରେ ‘ଚର୍ଚ ଅଫ୍ ପ୍ରସ୍ପରିଟି’ର ଏହି ଅଟ୍ଟାଳିକା ଭିତରେ ୬୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe