The Indian Express
ଭୋପାଳ : ମଧ୍ୟପ୍ରଦେଶ ରାଜନୀତିରେ ଆଜି ଆଉ ଏକ ହଟଚମଟ ହୋଇଛି। କମଳନାଥ ସରକାରରୁ ଇସ୍ତଫା ଦେଇଥିବା ୬ ମନ୍ତ୍ରୀଙ୍କ ସମେତ ମୋଟ ୨୨ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ଏହି ମନ୍ତ୍ରୀ ଓ ବିଧାୟକମାନେ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରି ଇସ୍ତଫା ଦେଇଥିଲେ। ଆଜି ସେମାନେ ବିଜେପି ସଭାପତି ଜେ.ପି. ନଡ୍ଡାଙ୍କୁ ଭେଟିବା ସହ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ବିଧାୟକମାନେ ବିଜେପିରେ ସାମିଲ ହେବା ସମୟରେ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ।
୨୨ ବିଧାୟକ ଇସ୍ତଫା ଦେବା ପରେ କମଳନାଥ ସରକାରଙ୍କ ପାଇଁ ସଙ୍କଟ ବଢ଼ିଯାଇଥିଲା ଏବଂ ଗତକାଲି ବିଧାନସଭାରେ ଶକ୍ତି ପରୀକ୍ଷା ପୂର୍ବରୁ କମଳନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ।
Follow Us