'ଅଗ୍ନିପଥ’ ସ୍କିମକୁ ବିହାରରେ ତୀବ୍ର ବିରୋଧ: ୨୨ଟି ଟ୍ରେନ ବାତିଲ, ୫ଟି ଟ୍ରେନର ସମୟ ବଦଳିଲା

'ଅଗ୍ନିପଥ’ ସ୍କିମକୁ ବିହାରରେ ତୀବ୍ର ବିରୋଧ: ୨୨ଟି ଟ୍ରେନ ବାତିଲ, ୫ଟି ଟ୍ରେନର ସମୟ ବଦଳିଲା

ପାଟନା: କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ’ ସ୍କିମକୁ ନେଇ ବିହାରରେ ବଢ଼ିବାରେ ଲାଗିଛି ହିଂସା। କିଛି ସମୟ ପୂର୍ବରୁ ବିହାରରେ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଭଭୁଆ ରୋଡ୍‌ ରେଳ ଷ୍ଟେସନ୍‌ରେ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ର ଝରକା କାଚକୁ ପିଟି ଭାଙ୍ଗି ପକାଇବା ସହ ଗୋଟାଏ ବଗିରେ ନିଆଁ ଲଗାଇ ଦେଇଥିଲେ। ଏବେ ଏହି ହିଂସା ବଢ଼ୁଥିବା ଦେଖି ବିହାରରେ ୨୨ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ୫ଟି ଟ୍ରେନର ସମୟ ବଦଳିଛି।

ଅଗ୍ନିପଥ ସ୍କିମକୁ ନେଇ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ପୂର୍ବ କେନ୍ଦ୍ରୀୟ ରେଳବାଇର ୨୨ଟି ଟ୍ରେନ୍ ବାତିଲ ହୋଇଛି ଏବଂ ୨୯ଟି ଟ୍ରେନ୍ ପ୍ରଭାବିତ ହୋଇଛି। ଏହା ବ୍ୟତୀତ ୫ଟି ଟ୍ରେନର ସମୟ ବଦଳାଇ ଦିଆଯାଇଛି।

ଏହା ପୂର୍ବରୁ ଆରା ରେଳବାଇ ଷ୍ଟେସନ୍‌ରେ ପୁଲିସ ଉପରକୁ ଟେକାପଥର ଫିଙ୍ଗିବାରୁ ବିପୁଳ ସଂଖ୍ୟକ ପ୍ରତିବାଦକାରୀମାନଙ୍କୁ ଘଉଡ଼ାଇବା ନିମନ୍ତେ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ରେଳ ଧାରଣା ଉପରେ ଆସବାବ୍‌ପତ୍ର ପକାଇ ପ୍ରତିବାଦକାରୀମାନେ ଲଗାଇ ଥିବା ନିଆଁ ଲିଭାଇବା ଲାଗି ରେଳବାଇ କର୍ମଚାରୀମାନେ ‘ଫାୟାର୍‌ ଏକ୍‌ଷ୍ଟିଙ୍ଗୁଇସର୍‌’ ବ୍ୟବହାର କରିଥିଲା।

ସେହିପରି, ଜେହାନାବାଦ୍‌ରେ ଛାତ୍ରମାନଙ୍କ ଟେକାପଥର ମାଡ଼ରେ କେତେକ ସାଧାରଣ ଜନତା ଓ ପୁଲିସ ଆହତ ହୋଇଛନ୍ତି। ରେଳ ରାସ୍ତା ଫାଙ୍କା କରିବା ଲାଗି ପୁଲିସ ପ୍ରତିବାଦକାରୀମାନଙ୍କୁ ତଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା।

ନୱାଦାରେ ଦଳେ ଲୋକ ଛକ ଜାଗାଗୁଡ଼ିକରେ ପୁରୁଣା ଟାୟାର୍‌ ପୋଡ଼ି ଯୋଜନା ପ୍ରତ୍ୟାହାର କରିବା ଲାଗି ଦାବି କରି ସ୍ଲୋଗାନ୍‌ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ଡ଼ୱାଦା ରେଳ ଷ୍ଟେସନ୍‌ ଏବଂ ଧାରଣା ଅବରୋଧ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe