Republic World
ନୂଆଦିଲ୍ଲୀ : ଯୁଦ୍ଧ ପ୍ରବଣ ୟୁକ୍ରେନ୍ରୁ ୨୨,୫୦୦ରୁ ଅଧିକ ଭାରତୀୟଙ୍କୁ ସ୍ବଦେଶ ଅଣାଯାଇଛି । ଯୁଦ୍ଧ ପାଇଁ ଅନେକ ସମସ୍ୟା ଓ ସଙ୍କଟ ଉପୁଜିଥିଲେ ଭାରତ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାରେ ସମର୍ଥ ହୋଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାର ଦିନ ରାଜ୍ୟସଭାରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଅପରେସନ୍ ଗଙ୍ଗା ଆରମ୍ଭ ହୋଇଥିଲା। ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜିଂ ଉଦ୍ଧାର କାର୍ଯ୍ୟ। ୟୁକ୍ରେନ୍ରେ ବିମାନ ଆକ୍ରମଣ ଏବଂ ଗୋଳାବର୍ଷା ଚାଲିଥିବା ବେଳେ ଏହି ଉଦ୍ଧାର କାର୍ଯ୍ୟ ହୋଇଥିଲା। ରୋମାନିଆ, ପୋଲାଣ୍ଡ୍ ଏବଂ ହଙ୍ଗେରିରୁ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ୟୁକ୍ରେନ୍ର ପୂର୍ବ ଅଞ୍ଚଳ ଖାରକିଭ୍ ଏବଂ ସୁମିରୁ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପିତ ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହ କଥା ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ଜୟଶଙ୍କର କହିଛନ୍ତି।
Follow Us