‘ନିଉ ଡାଇମଣ୍ଡ୍‌’ ଜାହାଜରୁ ୨୩ ଜଣ ଉଦ୍ଧାର

‘ନିଉ ଡାଇମଣ୍ଡ୍‌’ ଜାହାଜରୁ ୨୩ ଜଣ ଉଦ୍ଧାର

Yahoo News NZ

କଲମ୍ବୋ : କୁଏତ୍‌ରୁ ପାରାଦ୍ବୀପ ତୈଳ ବିଶୋଧନାଗାର ଅଭିମୁଖେ ଆସୁଥିବା ଭାରତୀୟ ତୈଳ ନିଗମ(ଆଇଓସି)ର ତୈଳ ଜାହାଜ ‘ନିଉ ଡାଇମଣ୍ଡ୍‌’ରେ ଗୁରୁବାର ସକାଳେ ଲାଗିଥିବା ନିଆଁ ଅନିୟନ୍ତ୍ରିତ ହୋଇପଡ଼ିଛି। ଫଳରେ ଦ୍ବିତୀୟ ଦିନ ପାଇଁ ଜାହାଜଟି ଜଳୁଥିବା ଦେଖାଯାଇଛି। ଅପରପକ୍ଷେ, ଶ୍ରୀଲଙ୍କା ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି। ଗତକାଲି ଉକ୍ତ ଦୁର୍ଘଟଣାଗ୍ରସ୍ତ ଜାହାଜରୁ ୨୩ ଜଣ ନାବିକ(୧୮ ଜଣ ଫିଲିପିନୀୟ ଓ ୫ ଜଣ ଗ୍ରୀକ୍‌)ଙ୍କୁ ଶ୍ରୀଲଙ୍କା ନୌସୈନିକମାନେ ଉଦ୍ଧାର କରିଥିଲେ। ନିଆଁ ଯୋଗୁଁ ବିସ୍ଫୋରଣ ଘଟି ଅନ୍ୟ ଜଣେ ଫିଲିପିନୋ ନାବିକ ଜୀବନ୍ତ ଦଗ୍‌ଧ ହୋଇଯାଇଛନ୍ତି। ତେବେ ଜାହାଜର ନିବୁଜ ଭଣ୍ଡାରକୁ ଏଯାଏ ଅଗ୍ନି ସଂଯୋଗ ହୋଇନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe