India TV News
ନୂଆଦିଲ୍ଲୀ: ଦେଶରେ କରୋନ୍ରା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଆଜି ରେକର୍ଡ ୨୮,୭୦୧ ଜଣ ନୂଆ କରୋନା ରୋଗୀ ଦେଶରେ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ଟପିଯାଇଛି। ସେହିଭଳି ଦେଶରେ କରୋନା ରୋଗୀଙ୍କ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଆଜିସୁଦ୍ଧା ଦେଶରେ ଏହି ରୋଗରେ ୨୩୧୭୪ ଜଣ ମୃତ୍ୟୁବରଣ କରିଛନ୍ତି। ଅନ୍ୟପକ୍ଷରେ କରୋନାରେ ପୀଡ଼ିତ ହୋଇଥିବା ମୋଟ ଲୋକଙ୍କ ମଧ୍ୟରୁ ୫,୫୩,୪୭୦ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ଏବେ ୩,୦୧,୬୦୯ ଜଣଙ୍କ ଠାରେ କରୋନା ଭୂତାଣୁ ସକ୍ରିୟ ରହିଛି। ଦେଶରେ କରୋନାର ଆରୋଗ୍ୟ ହାର ଏବେ ପ୍ରାୟ ୬୩.୦୧ ପ୍ରତିଶତ ରହିଛି।
କ୍ରମାଗତଭାବେ ୪ ଦିନ ହେଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାରରୁ ଅଧିକ ରହିଛି। ଆଇସିଏମ୍ଆର୍ ସୂଚନା ଅନୁଯାୟୀ, ଜୁଲାଇ ୧୨ ସୁଦ୍ଧା ଦେଶରେ ୧ କୋଟି ୧୮ ଲକ୍ଷ ୬ ହଜାର ୨୫୬ ଜଣଙ୍କର କରୋନା ପରୀକ୍ଷା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ରବିବାର ୨ ଲକ୍ଷ ୧୯ ହଜାର ୧୦୩ ଜଣଙ୍କ ନମୁନା ପଜିଟିଭ ଆସିଛି।
  
 Follow Us