ଏୟାର୍ ଇଣ୍ଡିଆ ବିମାନରେ ସହଯାତ୍ରୀଙ୍କୁ ଅସଦାଚରଣ ୨୩ ବର୍ଷୀୟ ଯୁବକ ଗିରଫ

Advertisment

ଦିଲ୍ଲୀରୁ ଗୋଆ ଯାଉଥିବା ବିମାନରେ ଜଣେ ମହିଳା ସହଯାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗୋଆ ପୁଲିସ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଏତଲା ଅନୁଯାୟୀ, ମଙ୍ଗଳବାର...

ଦିଲ୍ଲୀରୁ ଗୋଆ ଯାଉଥିବା ବିମାନରେ ଜଣେ ମହିଳା ସହଯାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗୋଆ ପୁଲିସ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଏତଲା ଅନୁଯାୟୀ, ମଙ୍ଗଳବାର...

Arrest-2

ପଣଜୀ: ଦିଲ୍ଲୀରୁ ଗୋଆ ଯାଉଥିବା ବିମାନରେ ଜଣେ ମହିଳା ସହଯାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗୋଆ ପୁଲିସ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଏତଲା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୧ଟା ୨୦ ମଧ୍ୟରେ ଏୟାର୍ ଇଣ୍ଡିଆ ବିମାନରେ ଏହି ଘଟଣା ଘଟିଥିଲା। ନୂଆଦିଲ୍ଲୀର ଜନକପୁରୀର ଜଣେ ୨୮ ବର୍ଷୀୟା ମହିଳା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ବିମାନରେ ତାଙ୍କ ପାଖରେ ବସିଥିବା ଜଣେ ବ୍ୟକ୍ତି ବିମାନ  ଉଡ଼ାଣ ସମୟରେ ତାଙ୍କ ପ୍ରତି ଅସଦାଚରଣ କରିଥିଲେ। ମଙ୍ଗଳବାର ବିମାନଟି ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ମହିଳା ଜଣକ ପୁଲିସରେ ଅଭିଯୋଗ କରିଥିଲେ। ପରେ ଡାବୋଲିମ ବିମାନବନ୍ଦର ପୁଲିସ ହରିୟାଣାର ପାନିପଥର ଜିତେନ୍ଦ୍ର ଜାଙ୍ଗିଆନ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe