ଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ‘ମିସ୍‌ ଇଣ୍ଡିଆ’ ପ୍ରତିଯୋଗୀଙ୍କ ନାଁ’ରେ ୨୦ଟି ଫେକ୍ ଇନ୍‌ଷ୍ଟା ଆକାଉଣ୍ଟ୍‌; ଦାଏର ହେଲା ଏଫ୍‌ଆଇଆର୍‌

Advertisment
ଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ‘ମିସ୍‌ ଇଣ୍ଡିଆ’ ପ୍ରତିଯୋଗୀଙ୍କ ନାଁ’ରେ ୨୦ଟି ଫେକ୍ ଇନ୍‌ଷ୍ଟା ଆକାଉଣ୍ଟ୍‌; ଦାଏର ହେଲା ଏଫ୍‌ଆଇଆର୍‌

Image Courtesy of Hindustan Times

ମୁମ୍ବାଇ: ୨୦୧୯ କେନ୍ଦ୍ରୀୟ ଲୋକସଭା ଆୟୋଗରେ ସଫଳତା ହାସଲ କରି ଲୋକଲୋଚନକୁ ଆସିଥିବା ୨୩ ବର୍ଷୀୟ ପୂର୍ବତନ ମିସ୍‌ ଇଣ୍ଡିଆ ପ୍ରତିଦ୍ବନ୍ଦ୍ବୀ ଐଶ୍ବର୍ଯ୍ୟା ଶ୍ୟୋରାଣ ନିଜ ନାଁରେ ୨୦ ଜାଲ୍ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ ଦେଖି ଗୁରୁବାର ଦିନ କୋଲାବା ଥାନାରେ ଅଭିଯୋଗ ଦାଏର କରିଛନ୍ତି।

ତାଙ୍କ ବିନା ଅନୁମତିରେ ଫଟୋ ସେୟାରିଙ୍ଗ୍ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଫଟୋ ଥିବା କେତେଗୁଡ଼ିଏ ଆକାଉଣ୍ଟ୍‌ ରହିଛି। ପୁଲିସ କହିବା ଅନୁସାରେ, ଅତୀତରେ କେତେଗୁଡ଼ିଏ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଐଶ୍ବର୍ଯ୍ୟା କେବେ ଇନ୍‌ଷ୍ଟାଗ୍ରାମ୍‌ରେ ଆକାଉଣ୍ଟ୍‌ ଖୋଲି ନ ଥିଲେ।

ସେ କହନ୍ତି, ବର୍ତ୍ତମାନ ପାଇଁ ଏଇଟା ଏତେ ଗୁରତର କଥା ନୁହେଁ, କିନ୍ତୁ ଭବିଷ୍ୟତରେ ଏହାର ଅପବ୍ୟବହାର ହୋଇପାରେ।

ପୁଲିସକୁ କରିଥିବା ଅଭିଯୋଗରେ ଶ୍ୟୋରାଣ କହିଛନ୍ତି, ଅଗଷ୍ଟ ୫ ତାରିଖ ଦିନ ଖବରକାଗଜକୁ ସାକ୍ଷାତ୍‌କାର ଦେବା ସମୟରେ ସାମ୍ବାଦିକ ତାଙ୍କୁ ପଚାରିଲେ ଯେ, ତାଙ୍କ ନାମରେ ଜନପ୍ରିୟ ଆପ୍‌ରେ ଗୁଡ଼ାଏ ଆକାଉଣ୍ଟ୍‌ ରହିଛି, କେଉଁ ଗୋଟିକ ତାଙ୍କ ନିଜର। କିନ୍ତୁ, ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଆଦୌ ଆକାଉଣ୍ଟ୍‌ ନାହିଁ ବ‌ୋଲି ସେ କହିଥିଲେ।

ପରେ ତାଙ୍କ ନାମରେ ଥିବା ଆକାଉଣ୍ଟ୍‌ ଚେକ୍ କରିବାକୁ ତାଙ୍କ ଭାଇଙ୍କୁ ସେ କହିଥିଲେ। ୨୦ଟି ଆକାଉଣ୍ଟ୍‌ ଦେଖି ସେ ଚକିତ ହୋଇଯାଇଥିଲେ। ସେଗୁଡ଼ିକ ମଧ୍ୟରେ ଅନେକ ତାଙ୍କର ଅଫିସିଆଲ୍ ଆକାଉଣ୍ଟ୍‌ ବୋଲି ଦାବି କରିଥିଲେ। ସେଥିରୁ ଗୋଟିଏ ଆକାଉଣ୍ଟ୍‌ରେ ୨୭୦୦୦ରୁ ଅଧିକ ଅନୁଗାମୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe