Taiwan News
ତାଇପେଇ : ତାଇୱାନ ନିକଟରୁ ଚୀନ୍ର ୨୪ଟି ଯୁଦ୍ଧବିମାନ ଏବଂ ୬ଟି ଜାହାଜ ଚିହ୍ନଟ ହୋଇଛି। ଶୁକ୍ରବାର ଦିନ ତାଇୱାନ ବାୟୁସୀମା ଓ ଜଳସୀମା ନିକଟରୁ ଏହି ଯୁଦ୍ଧ ବିମାନ ଏବଂ ଜାହାଜ ଦେଖିବାକୁ ମିଳିଥିବା ନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଆମେରିକା ବାଚସ୍ପତି ନାନ୍ସି ପେଲୋସି ନିକଟରେ ତାଇୱାନ ଗସ୍ତ କରିଥିଲେ। ଚୀନ୍ର ଇଚ୍ଛା ବିରୁଦ୍ଧରେ ପେଲୋସି ତାଇୱାନ ଗସ୍ତ କରିବା ପରଠାରୁ ଚୀନ୍ ଏଠାରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଚୀନ୍ ବୁଧବାର ଦିନ ଏହାର ସମରାଭ୍ୟାସ ବନ୍ଦ କରୁଥିବା ଘୋଷଣା କରିଥିଲେ ସୁଦ୍ଧା ତାଇୱାନ୍ ପରିସର ନିକଟରୁ ଏହାର ଯୁଦ୍ଧ ବିମାନ ଚିହ୍ନଟ ହୋଇଛି।
Follow Us