ମହାରାଷ୍ଟ୍ର ଅମ୍ଲଜାନ ଗ୍ୟାସ୍ ଲିକ ଘଟଣା: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ମୃତକଙ୍କ ପରିବାରକୁ ଦିଆଯିବ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା

Advertisment
ମହାରାଷ୍ଟ୍ର ଅମ୍ଲଜାନ ଗ୍ୟାସ୍ ଲିକ ଘଟଣା: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ମୃତକଙ୍କ ପରିବାରକୁ ଦିଆଯିବ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା

indiatoday

ନାଶିକ: ବୁଧବାର ମହାରାଷ୍ଟ୍ରର ନାସିକରେ ଥିବା ଏକ ଡାକ୍ତରଖାନାକୁ ଅମ୍ଲଜାନ ଯୋଗାଉଥିବା ଏକ ଟ୍ୟାଙ୍କରରୁ ଅମ୍ଲଜାନ ଲିକ୍ ହେବା ଫଳରେ ପ୍ରାୟ ୩୦ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ରହିଥିଲା। ଏହା ଫଳରେ ପ୍ରଥମେ ଭେଣ୍ଟିଲେଟରରେ ଥିବା ୨୨କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି।

ଏହି ଘଟଣା ନାସିକ ସହରର ଜାକିର ହୁସେନ୍ ହସ୍ପିଟାଲରେ ଘଟିଛି। ଘଟଣା ସମୟର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଟ୍ୟାଙ୍କରରୁ ଖୁବ ଜୋରରେ ଅମ୍ଲଜାନ ବାହାରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୩୦ମିନିଟ ପର୍ଯ୍ୟନ୍ତ ଅମ୍ଲଜାନ ଯୋଗାଣ ବନ୍ଦ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀଙ୍କର ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା ଓ ପ୍ରଥମେ ଭେଣ୍ଟିଲେଟରରେ ଥିବା ୨୨ ରୋଗୀ ମୃତ୍ୟୁବରଣ କରିଥିଲେ । ଘଟଣା ପରେ ଅମ୍ଳଜାନ ଆବଶ୍ୟକ କରୁଥିବା ୮୦ଜଣଙ୍କ ମଧ୍ୟରୁ ପ୍ରାୟ ୩୧ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହଠାତ ଅମ୍ଲଜାନ ଗ୍ୟାସ ଲିକ ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପିବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଆସି ଅମ୍ଲଜାନ ଗ୍ୟାସ ଲିକକୁ ରୋକିଥିଲେ। କିନ୍ତୁ ସେତେବେଳକୁ ୨୨ଜଣଙ୍କର ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe