ଦେଶର ୨୪ଟି ବିଶ୍ୱବିଦ୍ୟାଳୟ ବେଆଇନ୍, ଉତ୍ତରପ୍ରଦେଶରେ ସବୁଠୁ ଅଧିକ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment
ଦେଶର ୨୪ଟି ବିଶ୍ୱବିଦ୍ୟାଳୟ ବେଆଇନ୍, ଉତ୍ତରପ୍ରଦେଶରେ ସବୁଠୁ ଅଧିକ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

DNA India

ନୂଆଦିଲ୍ଲୀ: ଦେଶର ୨୪ଟି ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ବେଆଇନ୍ ଘୋଷଣା କଲା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଏସବୁ ବିଶ୍ୱବିଦ୍ୟାଳୟ ୧୯୫୬ ମାନଦଣ୍ଡର ନିୟମ ଉଲଂଘନ କରିଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ଛାତ୍ର ସଂଗଠନ, ଅଭିଭାବକ ଓ ଗଣମାଧ୍ୟମ ପକ୍ଷରୁ ନକଲି ଶିକ୍ଷାନୁଷ୍ଠାନ ଚାଲିବା ନେଇ ଅଭିଯୋଗ ହେବା ପରେ ୟୁଜିସି ଏହି ରିପୋର୍ଟ ପ୍ରକାଶ କରିଛି । ଉତ୍ତରପ୍ରଦେଶରେ ସବୁଠୁ ଅଧିକ ନକଲିି ବିଶ୍ୱବିଦ୍ୟାଳୟ ରହିଛି ।

ନକଲି ବିଶ୍ୱବିଦ୍ୟାଳୟରେ ରହିଛି ବାରଣାସୀର ସଂସ୍କୃତ ବିଶ୍ୱବିଦ୍ୟାଳୟ, ମହିଳା ଗ୍ରାମ ବିଦ୍ୟାପୀଠ, ଗାନ୍ଧୀ ହିନ୍ଦି ବିଦ୍ୟାପୀଠ, ଆହ୍ଲାବାଦ୍ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋ କମ୍ପେ୍ଲକ୍ସ ହୋମିଓପାଥି, କାନପୁର ନେତାଜୀ ସୁଭାଷଚନ୍ଦ୍ର ବୋଷ ଓପନ୍ ୟୁନିଭରସିଟି, ଅଲିଗଡର ଉତ୍ତରପ୍ରଦେଶ ବିଶ୍ୱିଦ୍ୟାଳୟ, ମଥୁରାର ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ୱବିଦ୍ୟାଳୟ, ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ । ସେହିପରି ଦିଲ୍ଲୀରେ ୭ଟି ନକଲି ଶିକ୍ଷାନୁଷ୍ଠାନ ଥିବାବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏଁ ନକଲି ୟୁୁନିଭରସିଟି ରହିଥିବା ପ୍ରକାଶ ପାଇଛି । ଏହି ତାଲିକାରେ ଅଛି ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲ୍ଚର ଆଣ୍ଡ୍ ଟେକ୍ନୋଲୋଜି ।

Dharmendra Pradhan is the new Education Minister | Education - Hindustan Times Hindustan Times

ସେହିପରି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ପୁଡୁଚେରିରେ ଗୋଟିଏ ଲେଖାଏଁ ନକଲି ବିଶ୍ୱିଦ୍ୟାଳୟ ରହିଥିବା ୟୁଜିସି ପ୍ରକାଶ କରିଛି । ଏହି ଶିକ୍ଷାନୁଷ୍ଠାନଗୁଡିକ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟମାନଙ୍କ ମୁଖ୍ୟ ସଚିବ, ଶିକ୍ଷା ସଚିବମାନଙ୍କୁ ୟୁଜିସି ନିର୍ଦ୍ଦେଶ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe