(Photo Credits: Rainer_Maiores/Pixabay)
ଚଣ୍ଡିଗଡ଼: ରାଜସ୍ଥାନର କୋଟାର ଜେକେ ଲୋନ୍ ହସ୍ପିଟାଲ୍ରେ ଶିଶୁ ମୃତ୍ୟୁ ଘଟଣା ସମଗ୍ର ଦେଶରେ ଚହଳ ପକାଇଥିବା ବେଳେ ଏବେ ପଞ୍ଜାବ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲ୍ ଭିନ୍ନ ଏକ କାରଣକୁ ନେଇ ବିବାଦର ପରିସରଭୁକ୍ତ ହୋଇଛି। ୨୪ ସପ୍ତାହର ଏକ ଜୀବନ୍ତ ଶିଶୁକୁ ହସ୍ପିଟାଲ୍ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଅଭିଯୋଗ ହୋଇଛି। ଈଶ୍ବରଙ୍କ କୃପାରୁ ୱାର୍ଡବୟ ସେଠାର ଉପସ୍ଥିିତ ଥିବା ହେତୁ ଶିଶୁଟିର ଜୀବନ ବଞ୍ଚିଯାଇଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଶିଶୁଟିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପିଜିଆଇ ପରି ଏକ ହସ୍ପିଟାଲ୍ର ଦାୟିତ୍ବହୀନତାକୁ ନେଇ ଏବେ ଚର୍ଚ୍ଚା ହୋଇଛି। ଶିଶୁଟି ଯେତେବେଳେ ଯାଇ ବ୍ୟବଚ୍ଛେଦ ଗୃହରେ ପହଞ୍ଚିଥିଲା ସେଠାରେ ଥିବା ୱାର୍ଡବୟ ଶିଶୁଟି ନିଶ୍ବାସ ନେଉଥିବାର ଦେଖିବାକୁ ପାଇଥିଲେ। ୱାର୍ଡବୟ ଜଣକ ଡେରି ନ କରି ତୁରନ୍ତ ସ୍ତ୍ରୀ ରୋଗ ବିଭାଗକୁ ସୂଚନା ଦେଇଥିଲେ।
LifeNews.comପ୍ରଥମରୁ ସ୍ତ୍ରୀ ରୋଗ ବିଭାଗ ନିଜର ଅବହେଳା ମାନି ନଥିଲେ ବି ପରେ ନିଜ ଭୁଲ୍ ସ୍ବୀକାର କରି ଶିଶୁଟିକୁ ପୁଣି ଥରେ ଚିକିତ୍ସା କରିଥିଲେ। ଶିଶୁଟି ୧୨ ଘଣ୍ଟା ବଞ୍ଚିବା ପରେ ତା’ର ହସ୍ପିଟାଲ୍ରେ ଚିକିତ୍ସଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ରାଜସ୍ଥାନର କୋଟାଠାରେ ଥିବା ଜେକେ ଲୋନ୍ ହସ୍ପିଟାଲ୍ରେ ମୃତ୍ୟୁ ସଂଖ୍ୟ ୧୦୦ ଟପିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଜେକେ ଲୋନ୍ ହସ୍ପିଟାଲ୍ ଗତ କିଛି ସପ୍ତାହ ଧରି ବିବାଦରେ ରହି ଆସିଥିବା ବେଳେ ପିଜିଆଇ ହସ୍ପିଟାଲ୍ ଉପରେ ମଧ୍ୟ ଅବହେଳାର ଅଭିଯୋଗ ଲାଗିଛି।
Follow Us