ଦେହ ବ୍ୟବସାୟର ରାଣୀ ମହୁମାଛିକୁ ୨୪ ବର୍ଷର ଦଣ୍ଡ ଶୁଣାଇଲେ କୋର୍ଟ

Advertisment
ଦେହ ବ୍ୟବସାୟର ରାଣୀ ମହୁମାଛିକୁ ୨୪ ବର୍ଷର ଦଣ୍ଡ ଶୁଣାଇଲେ କୋର୍ଟ

photo-aajtak

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ସବୁଠାରୁ ବଡ ସେକ୍ସ ରାକେଟ ଚଳାଉଥିବା କୁଖ୍ୟାତ ଗୀତା ଆରୋରା ଓରଫ ସୋନୁ ପଞ୍ଜାବନଙ୍କୁ ଦିଲ୍ଲୀର ଦ୍ୱାରକା କୋର୍ଟ ୨୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋନୁର ସହକର୍ମୀ ସନ୍ଦୀପଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଦିଆଯାଇଛି। ନାବାଳିକାକୁ ବଳପୂର୍ବକ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିବା ଅଭିଯୋଗରେ ସୋନୁ ପଞ୍ଜାବନ ଏହି ଦଣ୍ଡ ପାଇଛନ୍ତି। ଏଥି ସହ ତାଙ୍କ ସାଥୀ ସନ୍ଦୀପ ନାବାଳିକାଙ୍କୁ ବଳାତ୍କାର କରିବା ସହ ବଳପୂର୍ବକ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିବା ଅଭିଯୋଗରେ ଦଣ୍ଡିତ କରାଯାଇଛି। ନିକଟରେ ଦିଲ୍ଲୀର ଦ୍ୱାରକା କୋର୍ଟ ସୋନୁ ପଞ୍ଜାବନ ଏବଂ ସନ୍ଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଦୋଷୀ ସାବ୍ୟସ୍ତ ହେବାର ଦୁଇ ଦିନ ପରେ ତିହାର ଜେଲରେ ସୋନୁ ପଞ୍ଜାବ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ମିଳିଥିବା ସୂଚନା ମୁତାବକ ୨୦୧୪ରେ ଦିଲ୍ଲୀର ନଜଫଗଡ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ନାବାଳିକାକୁ ବଳପୂର୍ବକ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିବା ଅଭିଯୋଗରେ ସୋନୁ ପଞ୍ଜାବନ ଏବଂ ତାଙ୍କର ୬ ଜଣ ସହଯୋଗୀଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।

ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ପରେ ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଏହି ସମୟରେ ନାବାଳିକା ଜଣକ ଭୟଭୀତ ହୋଇ ନିଖୋଜ ହୋଇଯାଇଥିଲା। ଏହା ପରେ କ୍ରାଇମ ବ୍ରାଞ୍ଚ ଟିମ୍ ପୀଡିତାଙ୍କୁ ଖୋଜି ସୁରକ୍ଷିତ ସ୍ଥାନକୁ ନେଇଥିଲା । ଶେଷରେ ୨୦୧୭ ମସିହାରେ ସୋନୁ ପଞ୍ଜାବନ୍ ଏବଂ ତାଙ୍କ ସହଯୋଗୀ ସନ୍ଦୀପଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe