ଦିଲ୍ଲୀସ୍ଥିତ ବିଶ୍ବର ବୃହତ୍ତମ କୋଭିଡ୍‌-୧୯ କେୟାର୍‌ ଫ୍ୟାସିଲିଟିରୁ ସୁସ୍ଥ ହୋଇ ବିଦା ହେଲେଣି ୨, ୪୫୪ ଆକ୍ରାନ୍ତ

Advertisment
ଜୁନାଗଡ଼ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ

Image Courtesy of NDTV

ନୂଆଦିଲ୍ଲୀ: ‘ଇଣ୍ଡୋ-ତିବେତାନ୍‌ ବର୍ଡର୍‌ ପୋଲିସ୍’ (ଆଇଟିବିପି) ଦ୍ବାରା ପରିଚାଳିତ ୧୦, ୦୦୦ ଶଯ୍ୟାବିଶିଷ୍ଟ ବିଶ୍ବର ବୃହତ୍ତମ କୋଭିଡ୍‌ କେୟାର୍‌ ଫ୍ୟାସିଲିଟି ‘ସର୍ଦାର ପଟେଲ୍‌ କୋଭିଡ୍‌ କେୟାର୍‌ ସେଣ୍ଟର୍‌’ ସଫଳତାର ସହ ଚିକିତ୍ସା କରି ଏ ପର୍ଯ୍ୟନ୍ତ ୨, ୪୫୪ ଜଣରୁ ଅଧିକ ରୋଗୀ ଡିସ୍‌ଚାର୍ଜ କରିଛି।

‘ଆଇଟିବିପି’ କହିବା ଅନୁସାରେ, ୧୭ ଦିନିଆ କୋଳଛୁଆ ଠାରୁ ଆରମ୍ଭ କରି ୭୮ ବର୍ଷିୟ ବୟସ୍କ ଲୋକଙ୍କର ଚିକିତ୍ସା ଏହି ସେଣ୍ଟର୍‌ରେ କରାଯାଇଛି। ରୋଗୀମାନଙ୍କୁ ଯେଭଳି ସର୍ବୋତ୍ତମ ସୁବିଧା ମିଳେ ସେ ବିଷୟରେ ସୁନିଶ୍ଚିତ ହେବାକୁ ଦୈନିକ ଏହି ସେଣ୍ଟର୍‌ର ହିସାବ ରଖୁଥିବା ‘ଆଇଟିବିପି’ର ଡିଜି ଏସ୍ଏସ୍‌ ଦେସୱାଲ୍ ଟିମ୍‌କୁ କହିଛନ୍ତି।

୨୦୨୦ ଜୁଲାଇ ୫ ତାରିଖରୁ ଏହି କେନ୍ଦ୍ର ବିଧିବଦ୍ଧ ଭାବେ ରୋଗୀ ଗ୍ରହଣ କରିବା ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ ଏହି କେନ୍ଦ୍ରରେ ସମୁଦାୟ ୩, ୯୨୧ ରୋଗୀ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨, ୪୫୪ଜଣଙ୍କୁ ସଫଳତାର ସହ ଚିକିତ୍ସା କରି ବିଦା କରାଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୮୧ଜଣଙ୍କୁ ଅନ୍ୟ ଡାକ୍ତରଖାନାମାନଙ୍କୁ ରେଫର୍‌ କରାଯାଇଛି। ଆଜି ପର୍ଯ୍ୟନ୍ତ ଏଠାରେ ଚିକିତ୍ସିତ ହୋଇ ଆରୋଗ୍ୟ ହୋଇଥିବା ସବୁଠୁ କନିଷ୍ଠ ରୋଗୀ ହେଉଛି ଜଣେ ୧୭ ଦିନର କୋଳଛୁଆ ବୟୋଜ୍ୟେଷ୍ଠ ହେଉଛନ୍ତି ୭୮ ବର୍ଷିୟ ବ୍ୟକ୍ତି। ସମାଜର ସବୁ ବର୍ଗର କରୋନାଭାଇରସ୍‌ ଆକ୍ରାନ୍ତଙ୍କୁ ଏଠାରେ ମାଗଣାର ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଏ ବୋଲି ‘ଆଇଟିବିପି’ ଏକ ବିବୃତିରେ କହିଛି।

publive-image Image Courtesy of Jammu Links News

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦେଶରେ ‘ସର୍ଦାର ପଟେଲ୍‌ କୋଭିଡ୍‌ କେୟାର୍‌ ସେଣ୍ଟର୍‌’ ପ୍ରଥମେ ସ୍ବଳ୍ପ ସମୟ ଲାଗି ଛତ୍ରପୁରର ରାଧା ସ୍ବାମୀ ସତ୍‌ସଙ୍ଗରେ ଆରମ୍ଭ ହୋଇଥିଲା। ସମାଜର ସବୁ ବର୍ଗର ଆକ୍ରାନ୍ତଙ୍କ ନିମନ୍ତେ ୧୦, ୦୦୦ ଶଯ୍ୟା ବିଶିଷ୍ଟ କେନ୍ଦ୍ର ଚଳାଇବାକୁ ଓ ବିନାମୂଲ୍ୟରେ ଗରିବ ଏବଂ ଅଭାବୀମାନଙ୍କୁ ସମ୍ପୂର୍ଣ୍ଣ ଡାକ୍ତରୀ ସହାୟତା ଯୋଗାଇବାକୁ ‘ଆଇଟିବିପି’ ଇଚ୍ଛା ପ୍ରକାଶ କରିଥିଲା। ସ୍ବଳ୍ପକାଳୀନ ନୋଟିସ୍‌ରେ ଏଠାରେ ଶଯ୍ୟାସଂଖ୍ୟା ୧୨୦୦୦କୁ ବୃଦ୍ଧି କରାଯାଇଥିଲା।

ଏଠାରେ ୨୪ ଘଣ୍ଟା ଚିକିତ୍ସା ସେବା ଯୋଗାଇ ଦେବାକୁ ‘ଆଇଟିବିପି’ ସ୍ପେସାଲିଷ୍ଟ୍‌ ଡାକ୍ତର, ମେଡିକାଲ୍ ଅଫିସର୍ (ଡାକ୍ତର), ପାରାମେଡିକ୍, ଫାର୍ମାସିଷ୍ଟ୍‌ଙ୍କ ସମେତ ୮୦୦ ଡାକ୍ତରୀ କର୍ମଚାରୀ ଓ ୬୦୦ ରୁ ଅଧିକ ନିରାପତ୍ତା କର୍ମଚାରୀ ଯୋଗାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe