ରାଜ୍ୟସଭା ଭୋଟ୍‌ ପାଇଁ ୨୫ କୋଟି ଅଫର୍‌ ମିଳିଥିଲା: ରାଜସ୍ଥାନ ମନ୍ତ୍ରୀ

ରାଜ୍ୟସଭା ଭୋଟ୍‌ ପାଇଁ ୨୫ କୋଟି ଅଫର୍‌ ମିଳିଥିଲା: ରାଜସ୍ଥାନ ମନ୍ତ୍ରୀ

Nokia News

ଜୟପୁର: ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଆଜି ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି, ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନରେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାପାଇଁ ତାଙ୍କୁ ୨୫ କୋଟି ଟଙ୍କା ଅଫର୍‌ ମିଳିଥିଲା। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଥିଲେ। ବହୁଜନ ସମାଜ ପାର୍ଟି ଛାଡ଼ି କଂଗ୍ରେସକୁ ଯାଇଥିବା ଉକ୍ତ ମନ୍ତ୍ରୀ କହିଛନ୍ତି, ୨୦୨୦ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ କରିବା ପାଇଁ ମଧ୍ୟ ତାଙ୍କୁ ୬୦ କୋଟି ଟଙ୍କା ଅଫର୍‌ କରାଯାଇଥିଲା। ତେ‌େବ ସେ କୌଣସି ଦଳ ‌କିମ୍ବା ନେତାଙ୍କ ନାଁ ନେଇନାହାନ୍ତି। ୪ଟି ଆସନ ପାଇଁ ହୋଇଥିବା ଏହି ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ୩ଟି ଓ ବିଜେପି ଗୋଟିଏ ଆସନ ଜିତିଥିଲେ। ତେବେ ଶିଳ୍ପପତି ସୁଭାଷ ଚନ୍ଦ୍ରା ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ ଏବଂ ତାଙ୍କୁ ବିଜେପି ସମର୍ଥନ କରିଥିଲା। କିନ୍ତୁ ସେ ହାରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe